କଟକ: କଟକ ସହରରୁ ଆଉ ୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୨୬ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ । ଏହାକୁ ମିଶାଇ ସହରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୮୬ରେ ପହଁଚିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫ଜଣ ସରକାରୀ କ୍ୱାରେଣ୍ଟାଇନରେ ଥିବା ବେଳେ ୨୧ ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ସେହିପରି ୮ଜଣ ସ୍ଥାନୀୟ ସଂକ୍ରମିତ ହେଲେ ତଳ ତେଲେଙ୍ଗା ବଜାରର ୩୩ ବର୍ଷୀୟ କରୋନା ଯୋଦ୍ଧା, ଏସସିବି ମେଡିକାଲ କଲେଜର ୨୩ ବର୍ଷୀୟ କର୍ମଚାରୀ, ପୁରୁଣା ରାଉସପାଟଣାର ୨୫ ବର୍ଷୀୟା ଯୁବତୀ, ବାରିକ ସାହିର ୩୫ ବର୍ଷୀୟା ମହିଳା, ୭୨ ବର୍ଷୀୟା ମହିଳା ଓ ୩୬ ବର୍ଷୀୟା ମହିଳା । ସେହିପରି ମାଲଗୋଦାମରୁ ମଧ୍ୟ ଜଣେ ୩୩ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସହରରେ ଏବେସୁଦ୍ଧା ୪୮୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୩୬ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୮ଜଣ ପ୍ରାଣ ହରାଇଥିବା ବେଳେ ୨୪୨ଟି ସକ୍ରିୟ କେସ୍ ରହିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0