ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ରାଜ୍ୟରୁ ଆଉ ୩୪୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ୩୪୪୩ ଜଣ ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୩,୭୭୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯୫୧, କଟକରୁ ୨୫୧, ମୟୂରଭଞ୍ଜରୁ ୨୧୩, ଭଦ୍ରକରୁ ୧୬୪, ଢେଙ୍କାନାଳରୁ ୧୬୧, ରାୟଗଡାରୁ ୧୫୪, ଗଞ୍ଜାମରୁ ୧୪୮,ଯାଜପୁରରୁ ୧୪୪, ବାଲେଶ୍ବରରୁ ୧୩୭, ନୟାଗଡ଼ରୁ ୧୧୭ ଏବଂ କୋରାପୁଟରୁ ୧୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0