spot_img

୩୫ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ

କୋଣାର୍କ :  ଚଳିତ କୋଣାର୍କରେ ଉଦଘାଟନ ହୋଇଛି ୩୫ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ । ଏହାକୁ ଉଦଘାଟନ କରିଛନ୍ତି ପଦ୍ମଶ୍ରୀ ରଘୁନାଥ ମହାପାତ୍ର । ଚଳିତ ବର୍ଷ ଏହି ମହୋତ୍ସବ କୋଭିଡ କଟକଣା ପାଇଁ ୩ ଦିନ ପରିବର୍ତ୍ତେ ଗୋଟିଏ ଦିନରେ ଶେଷ ହୋଇଛି। ତିନି ପର୍ଯ୍ୟାୟରେ ଆଜି ଗୋଟିଏ ଦିନରେ ଅନୁଷ୍ଠିତ ଏହି ନୃତ୍ୟ ଓ ସଙ୍ଗୀତ ମହୋତ୍ସବରେ ପ୍ରଥମେ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ ପରେ ନାଟ୍ୟ ମଣ୍ଡପର କଳାକାରମାନେ ମଞ୍ଚରେ ପରିବେଷଣ କରିଥିଲେ ଘଣ୍ଟ ମର୍ଦ୍ଧନ ପରେ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ରଚିତ ପଞ୍ଚଦେବ ସ୍ତୁତିକୁ କଳାକାରମାନେ ନିଖୁଣ ଭାବେ ମଞ୍ଚସ୍ଥ କରିଥିଲେ । ପରେ ପରେ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଓଡିଶୀ ଓ କଥକ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପ୍ରଥମ ଅର୍ଘ୍ୟରେ ଗୁରୁ ଶ୍ରୀ ନିମାକାନ୍ତ ରାଉତରାୟଙ୍କ ଦ୍ଵାରା ପରିବଷିତ ହୋଇଥିଲା ଓଡ଼ିଶୀ ସଙ୍ଗୀତ। ଦ୍ବିତୀୟ ଅର୍ଘ୍ୟରେ ଦେବଦାସୀ ଡାନ୍ସ ଏକାଡେମୀ ପକ୍ଷରୁ ପରିବେଷଣ ହୋଇଥିଲା ଓଡ଼ିଶୀ ନୃତ୍ୟର ଶିବ ନିରଜନା ହୋ ଶମ୍ଭୁ, ବଜ୍ରକାନ୍ତି ପଲ୍ଲବୀ ଓ ଯୁଗେ ଯୁଗେ ଜଗନ୍ନାଥ। ଯାହା ଦର୍ଶକ ଙ୍କୁ ବେଶ୍ ଭାବ ବିହ୍ଵଳିତ କରିଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular