ପାଟ୍ନା: ଜମ୍ମୁ-କାଶ୍ମୀରର ବାରାମୂଲାରେ ସହିଦ୍ ହୋଇଥିବା ଦୁଇ ଜବାନଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ । ଏନେଇ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ସ୍ପଷ୍ଟ କରିଛନ୍ତି । ସହିଦ୍ ସିଆରପିଏଫ୍ ଜବାନ ଖୁସିଁଦ୍ ଖାନ୍ ଓ ଲବକୁଶ ଶର୍ମାଙ୍କ ପରିବାରବର୍ଗଙ୍କୁ ସରକାରଙ୍କ ତରଫରୁ ୩୬ ଲକ୍ଷ ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଛି । କେବଳ ସେତିକି ନୁହେଁ , ରାଜ୍ୟ ସରକାର ସେମାନଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ଦେବା ପାଇଁ ଘୋଷଣା ମଧ୍ୟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ , ଅଗଷ୍ଟ ୧୭ ତାରିଖରେ ଜମ୍ମୁ- କାଶ୍ମୀର ପୁଲିସର ଦୁଇ ଜବାନ ଓ ଜଣେ ସ୍ୱତନ୍ତ୍ର ଅଧିକାରୀ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ । ଆତଙ୍କବାଦୀମାନେ ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର କ୍ରେରି ଅଞ୍ଚଳରେ ଜବାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହାର ପାଲଟା ଜବାବରେ ସୁରକ୍ଷାବଳ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା । ସର୍ଚ୍ଚ ଅପରେସନ୍ ପରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ସେମାନେ ଲସ୍କର-ଇ-ତୋଏବାର ବୋଲି କଶ୍ମୀର ଆଇଜିପି ସ୍ପଷ୍ଟ କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0