spot_img

ଦେଶରେ ଦିନକରେ ୩୬, ୬୦୪ ଆକ୍ରାନ୍ତ, ୫୦୧ ମୃତ

ଦେଶରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୩୬ହଜାର ୬୦୪ନୂଆ ସଂକ୍ରମିତ ଚିହ୍ନଟ । ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪ଲକ୍ଷ ୯୯ହଜାର ୪୧୩ । ସେହପରି ଦିନକରେ ୬ ହଜାର ୯୫୯ସକ୍ରିୟ ସଂକ୍ରମିତ ରହିଥିବା ବେଳେ ମୋଟ ସକ୍ରିୟ ରହିଛନ୍ତି ୪ଲକ୍ଷ ୨୮ହଜାର ୬୪୪ ।
ସେହିପରି ଦେଶରେ ଦିନକରେ ୫୦୧ଜଣ କରୋନାରେ ପ୍ରାଣ ହରାଇଛନ୍ତି । ନୂତନ ମୃତକଙ୍କୁ ମିଶାଇ ମୋଟ ମୃତୁ୍ୟ ସଂଖ୍ୟା ୧ଲକ୍ଷ ୩୮ ହଜାର ୧୨୨କୁ ବୃଦ୍ଧି । ଅନ୍ୟପଟେ ଦେଶରେ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୪୩ହଜାର ୦୬୨ଜଣ । ଏହି ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୮୯ଲକ୍ଷ ୩୨ହଜାର ୬୪୭ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular