ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱ ପାଇଁ ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍ । ପ୍ରଥମେ ଏହା ବ୍ରିଟେନରେ ଦେଖା ଦେଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ପୀଡିତ ଥିବା ୪ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଗୁରୁବାର ସେ କହିଛନ୍ତି ଦିଲ୍ଲୀକୁ ଆସିଥିବା ୪ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ନିକଟରେ କରୋନା ନୂଆ ଷ୍ଟ୍ରେନ୍ ଥିବା ଜଣାପଡିଛି । ଏବେ ଏମାନଙ୍କ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ଆଗରୁ ବିଦେଶରୁ ଦେଶକୁ ଫେରିଥିବା ଲୋକଙ୍କୁ ଖୋଜା ଚାଲିଛି । ତେବେ ସ୍ଥିତି ନିୟନ୍ତ୍ରଣରେ ଥିବାରୁ ଲୋକେ ଭୟଭୀତ ନ ହେବାକୁ ସେ କହିଛନ୍ତି । ଏହି ନୂଆ କରୋନା ଭାଇରସକୁ ଲକ୍ଷ୍ୟ କରି ଭାରତ ସମେତ କିଛି ଦେଶ ବ୍ରିଟେନକୁ ବିମାନ ସେବା ବନ୍ଦ କରି ଦେଇଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0