ବ୍ରହ୍ମପୁର: କାର୍ଯ୍ୟରତ ବୋଝେଇ ଗାଡ଼ି ଅଟକାଇ ଲାଞ୍ଚ ମାଗିବା ଘଟଣାରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ୪ ଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରିଛନ୍ତି । ଏହି ଘଟଣାରେ ନିଲମ୍ବନ କରାଯାଇଥିବା ଏସପି ପ୍ରଭାତ କୁମାର ରାଉତରାୟ ସୂଚନା ଦେଇଛନ୍ତି । ଏସପିଙ୍କ ସୂଚନା ଅନୁସାରେ ଗତ ୨ ତାରିଖ ମଧ୍ୟରାତ୍ରରେ ଏହି ଘଟଣା ଘଟିଥିଲା । ବଡ଼ବଜାର ଥାନା ଅଞ୍ଚଳରୁ ବାହାରିଥିବା ଏକ ଗୁଟଖା ଗାଡ଼ି ଲାଠି ଏବଂ ବେନ୍ଦାଳିଆ ଗ୍ରାମ ଦେଇ ଯାଉଥିବା ବେଳେ ବଡ଼ବଜାର ଥାନାରେ କାର୍ଯ୍ୟରତ ୪ ଜଣ କନଷ୍ଟେବଳ ଉକ୍ତ ଗାଡ଼ିକୁ ଅଟକାଇ ଥିଲ । ପାର କରିବା ପାଇଁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ଏହି ଘଟଣାକୁ ନେଇ ବଡ଼ବଜାର ଅଞ୍ଚଳର ଏମ୍.ରଞ୍ଜିତ ନାମକ ଜଣେ ଗୁଟଖା ବ୍ୟବସାୟୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଖୋଦ୍ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଘଟଣାର ତଦନ୍ତ କରିଥିଲେ । ଶେଷରେ ୪ ଜଣ କନଷ୍ଟେବଳଙ୍କୁ ଏସ୍ପି ନିଲମ୍ବନ କରିଛନ୍ତି । ସେଠାରେ ଖଇନି ଏବଂ କିଛି ଗୁଟଖା ଜାତୀୟ ସାମଗ୍ରୀ ଥିବା ବେଳେ ପ୍ରାୟ ୨ ଶହ ବସ୍ତା ଖଇନି ମଧ୍ୟ ପୁଲିସ ଜବତ କରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0