spot_img

ରାଜ୍ୟରେ ପୁଣି ସୁସ୍ଥ ହେଲେ ୪୦୦ ଆକ୍ରାନ୍ତ, ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୦ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦୯ରେ ପହଁଚିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୧୩୭ ଜଣ ଥିବା ବେଳେ, କଟକ ୫୮, ଖୋର୍ଦ୍ଧା୪୬, କୋରାପୁଟ ୪୧, ଯାଜପୁର ୩୭, କେନ୍ଦୁଝର ୧୪, କେନ୍ଦ୍ରାପଡା ୧୦, ମୟୂରଭଞ୍ଜ ୯, ନୟାଗଡ ୭, ସୁନ୍ଦରଗଡ ୭ ଓ ବରଗଡରୁ ୫ ଜଣ ହୋଇଥିବା ବେଳେ ଜଗତସିଂପୁର ଓ ସୋନପୁରରୁ ୫ଜଣ ଲେଖାଏଁ, ଅନୁଗୋଳ, କଳାହାଣ୍ଡି ଓ ପୁରୀରୁ ୪ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ବୌଦ୍ଧର ୩, ଭଦ୍ରକରୁ ୨, ରାୟଗଡା ଓ ସମ୍ବଲପୁରର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular