spot_img

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ୪୪ ଲକ୍ଷ ଶ୍ରମିକଙ୍କୁ ମିଳିବ ପେନସନ

ନୂଆଦିଲ୍ଳୀ : କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ୪୪ ଲକ୍ଷ ଶ୍ରମିକଙ୍କୁ ଏବେ ମିଳିବ ୩ହଜାର ଟଙ୍କା । ତେବେ ଏହି ଅର୍ଥରାଶି ଶ୍ରମିକଙ୍କୁ ପେନସନ ଆକାରରେ ଦିଆଯିବ । କେନ୍ଦ୍ର ସରକାର ଅସଂଗଠିତ କ୍ଷେତ୍ର ପାଇଁ ତିନୋଟି ପେନସନ ଯୋଜନା ନିକଟରେ ଆରମ୍ଭ କରଥିଲେ । ଯେଉଁଥିରେ କୃଷକ, ବ୍ୟବସାୟୀ ଏବଂ ଶ୍ରମିକଙ୍କୁ ସାମିଲ କରାଯାଇଛି । ତେବେ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ତଥା କର୍ମଚାରୀଙ୍କ ପାଇଁ ପିଏମ ଶ୍ରମଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ଜନକଲ୍ୟାଣ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ୬୦ ବର୍ଷ ବୟସ ପୁରିବା କ୍ଷଣି ମାସିକ ୩ ହଜାର ଟଙ୍କାର ପେନସନ ବାବଦକୁ ଦିଆଯିବ । ସେହିପରି ଯଦି ଏହି ସମୟରେ ଦୁର୍ଭାଗ୍ୟବଶତଃ ତାଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପରିବାର ଲୋକଙ୍କୁ ବି ପେନସନ ମିଳିବ ।
କିନ୍ତୁ ସଂଗଠିତ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବା କର୍ମଚାରୀ ଯେଉଁମାନେ କି ଇପିଏଫଓ, ନ୍ୟାସନାଲ ପେନସନ ସ୍କିମ, କିମ୍ବା ରାଜ୍ୟ କର୍ମଚାରୀ ବୀମା ନିଗମର ସଦସ୍ୟ ତଥା ଆୟକର ଆଦି ଭରୁଥିବେ ତେବେ ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ । କେବଳ ୧୫ ହଜାର ଟଙ୍କାରୁ କମ ଟଙ୍କା ରୋଜଗାର କରିଥିବା ବ୍ୟକ୍ତି ହିଁ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସାମିଲ ହୋଇପାରିବେ ।

କିଏ ଉଠାଇ ପାରିବେ ଲାଭ ?
ଏହି ଯୋଜନା ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଲାଗୁ ହୋଇଛି । ଯେଉଁଥିରେ ସାଧାରଣ ଦୋକାରୀ, ଡ୍ରାଇଭର, ପ୍ଲମ୍ବର, ଦରଜୀ, ମେଡ୍, ମିଡଡେ ମିଲ୍ ୱାର୍କର, ରିକ୍ସା ଚାଳକ, ଘର ନିର୍ମାଣ କରୁଥିବା ବ୍ୟକ୍ତି ତଥା ମିସ୍ତ୍ରୀ ଏବଂ ଯୋଗାଡିଆ, ଅଳିଆ ଗୋଟାଳି , ବିଡି ତିଆରି ବାଲା, ଦିନ ମଜୁରିଆ, ମୋଚୀ ଏବଂ ଧୋବା ଆଦି ସାମିଲ ।

କିଭଳି ରହିବ କିସ୍ତି ?
ବୟସ ହିସାବରେ ଯୋଗଦାନ ରାଶିରେ ଫରକ ରହିଛି । ଯଦି କେହି ୧୮ ବର୍ଷରୁ ଏହି ବୟସରୁ ଏହି ଯୋଜନାକୁ ଆରମ୍ଭ କରନ୍ତିତେବେ ତାଙ୍କୁ ମାସିକ ୫୫ ଟଙ୍କା ଜମା କରିବାକୁ ହେବ । ସେହିପରି ୨୯ ବର୍ଷ ବୟସର ବ୍ୟକ୍ତିକୁ ଏଥିପାଇଁ ମାସିକ ଶହେ ଟଙ୍କା ଏବଂ ୪୦ ବର୍ଷ ବୟସ ବ୍ୟକ୍ତିଙ୍କୁ ୨ ଶହ ଟଙ୍କା ପ୍ରତିମାସ ଜମା କରିବାକୁ ହେବ । ତେବେ ୧୮ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତି ଏହି ମାନଧନ ଯୋଜନାର ଲାଭ ଉଠାଇପାରିବେ ।

କେଉଁ କେଉଁ କାଗଜପତ୍ର ଆବଶ୍ୟକ?
ଆଧାର କାର୍ଡ, ଆଇଏଇଏସସି ନମ୍ବର ସହ ସେଭିଂ ତଥା ଜନଧନ ଆକାଉଂଟ ଏବଂ ମୋବାଇଲ ନମ୍ବର । ଏଥି ସହିତ ରେଜିଷ୍ଟ୍ରେସନ ପାଇଁ ଆପଣଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ନିକଟସ୍ଥ କମନ ସର୍ଭିସ ସେଂଟରକୁ ଯାଇ ରେଜିଷ୍ଟ୍ରେସନ କରିପାରିବେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular