spot_img

ରାଜ୍ୟରେ ଆଉ ୪୫୬ କରୋନା ସଂକ୍ରମିତ ଚିହ୍ନଟ, ୯୫୨୬ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୦୬।୦୭ : ରାଜ୍ୟରେ ୪୫୬ ନୂଆ କରୋନା ପଜିଟିଭ୍ । ମୋଟ୍ ୨୪ଟି ଜିଲ୍ଲାରୁ ନୂଆ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାଖାପାଖି ପହଞ୍ଚଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୯ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୧୪୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ୪୫୬ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧ଜଣ, ବାଲେଶ୍ୱର ଜିଲ୍ଲା ୧୪ଜଣ, ବରଗଡ ୩୩, ବଲାଙ୍ଗୀର ଜିଲ୍ଲାରୁ ୬ଜଣ, ଭଦ୍ରକ ଜିଲ୍ଲାରୁ ୧୨ଜଣ, କଟକ ଜିଲ୍ଲାରୁ ୧୩ଜଣ, ଗଞ୍ଜାମ ୧୧୬ଜଣ, ଯାଜପୁର ଜିଲ୍ଲାରୁ ୫୭, କଳାହାଣ୍ଡି ଜିଲ୍ଲାରୁ ୨ଜଣ, କନ୍ଧମାଳ ଜିଲ୍ଲାରୁ ୩ , କେନ୍ଦ୍ରାପଡା ଜିଲ୍ଲାରେ ୫ଜଣ, କେନ୍ଦୁଝର ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୧ଜଣ, ଢେଙ୍କାନାଳ ୧, ଗଜପତି ୧, ଜଗତସିଂହପୁର ୨୩, କଳାହାଣ୍ଡି ୧, କୋରାପୁଟ ୧୦, ମୟୂରଭଞ୍ଜ ୮, ନବରଙ୍ଗପୁର ୨୪, ନୟାଗଡ ୪, ପୁରୀ ୩, ରାୟଗଡା ୧୩, ସମ୍ବଲପୁର ୧୫, ସୁନ୍ଦରଗଡ ୨୦ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular