ବ୍ରିସବେନ : ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ତଥା ଶେଷ ମ୍ୟାଚ । ଏବେ ସିରିଜ ୧-୧ରେ ଥିବାବେଳେ ୪ର୍ଥ ଟେଷ୍ଟ ହିଁ ବର୍ଡର ଗାଭାସ୍କର ଟ୍ରଫିର ବିଜେତା ନିର୍ଣ୍ଣୟ କରିବ ।ତେବେ ୩ୟ ଟେଷ୍ଟରେ ଲଢୁଆ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଏବେ ଏକ ବଡ଼ ସମସ୍ୟାରେ ପଡ଼ିଯାଇଛି । କାରଣ ଦଳର କେତେକ ପ୍ରମୁଖ ଖେଳାଳି ଆହତଜନିତ ସମସ୍ୟାରେ ପଡ଼ିଯାଇଛନ୍ତି । ଚୂଡ଼ାନ୍ତ ଏକାଦଶରେ କାହାକୁ ଖେଳାଯିବ ସେ ନେଇ ନିଷ୍ପତ୍ତି ହୋଇପାରୁନାହିଁ । ଏଥିପାଇଁ ଟିମ ମ୍ୟାନେଜମେଣ୍ଟ ଆଜି ହେବାକୁ ଥିବା ଚୂଡ଼ାନ୍ତ ଏକାଦଶ ତାଲିକା ଘୋଷଣା କରିନାହିଁ । ଏହି ଘୋଷଣା ଆସନ୍ତା କାଲି ମ୍ୟାଚ ଆରମ୍ଭ ପୂର୍ବରୁ କରାଯିବ । ଅଧିନାୟକ ବିରାଟ କୋହଲି ଦଳରେ ଅନୁପସ୍ଥିତ ଥିବାବେଳେ ଅଲରାଉଣ୍ଡର ରବିନ୍ଦ୍ର ଜାଦେଜା ଆହତ ଅଛନ୍ତି । ସେ ମଧ୍ୟ ୪ର୍ଥ ଟେଷ୍ଟ ଖେଳିବେ ନାହିଁ । ବ୍ୟାଟ୍ସମ୍ୟାନ ହନୁମା ବିହାରି ଓ ବୋଲର ଆର. ଅଶ୍ବୀନ ମଧ୍ୟ ଶତପ୍ରତିଶତ ଫିଟ ନାହାନ୍ତି । ଏଣୁ ଏହି ଦୁଇଜଣଙ୍କର ମଧ୍ୟ ଖେଳିବା ନେଇ ସନେ୍ଦହ ରହିଛି । ଯଦି ଅଶ୍ବୀନ ନ ଖେଳନ୍ତି, ତେବେ ତାଙ୍କ ସ୍ଥାନରେ କୁଳଦୀପ ଯାଦବଙ୍କୁ ଖେଳାଯାଇପାରେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0