spot_img

୫ଦିନ କଟକ ସହର ସଟ୍ଡ଼ାଉନ୍ : ୮ ତାରିଖ ଯାଏଁ ଘୋଷଣା କଲା ସିଏମସି

କଟକ ୦୪।୦୭: ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । କଟକରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ସିଏମସି ପକ୍ଷରୁ ଆଜି କଟକ ସହରକୁ ସଟ୍ଡ଼ାଉନ୍  ଘୋଷଣା କରାଯାଇଛି । ଯାହାକି ଆସନ୍ତା ୮ତାରିଖ ଯାଏଁ ଜାରି ରହିବ । ସୂଚନାଯୋଗ୍ୟ ଯେ, ଆଜି ସକାଳେ କଟକ ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲେ ସିଏମସି । ସଂପୃକ୍ତ ଅଞ୍ଚଳରୁ ପୁଣି ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା । ମାଳିସାହି ଅଞ୍ଚଳରୁ ମୋଟ୍ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚମ୍ପାଦେଇ ମନ୍ଦିରଠୁ ମାଳିସାହି ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଅନ୍ୟପଟେ କଟକ ଆଚାର୍ୟ୍ୟ ହରିହର କର୍କଟ କେନ୍ଦ୍ରରୁ ଆଉ ୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଏମାନଙ୍କୁ ମିଶାଇ ଗତ ୧୦ ଦିନ ଭିତରେ ଏଠାରୁ ୭୬ ଜଣ ଚିହ୍ନଟ ହେଲେଣି । ଗୁରୁବାର ୫୫ ଜଣ ଚିହ୍ନଟ ହୋଇଥିବା ବେଳେ, ପୂର୍ବରୁ ୧୬ ଜଣ ଚିହ୍ନଟ ହୋଇଥିଲେ । ଶୁକ୍ରବାର କଟକରୁ ମୋଟ୍ ୩୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular