ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳ ଓଡିଶା ଓ ପଶ୍ଚିମ ଓଡିଶାରେ ଅଗାମୀ ୫ ଦିନ ପାଇଁ ଲଗାଣ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭବନା ରହିଛି । ଲଘୁଚାପ ପ୍ରଭାବରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ମୌସୁମୀ ବାୟୁ ସକ୍ରିୟ ହେବା ଫଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ସବୁ ଜିଲ୍ଳାଗୁଡିକରେ ଅରେଞ୍ଜ ୱାଂର୍ଣ୍ଣି ଜାରି କରାଯାଇଛି । ସେହିପରି କେନ୍ଦ୍ରାପଡା, ଜଗତସିଂପୁର, କଟକ, ଅନୁଗୁଳ, ଦେବଗଡ, କେରାପୁଟ, ନବରଙ୍ଗପୁର, ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ସବୁ ଅଞ୍ଚଳରେ ୟେଲୋ ୱାଂର୍ଣ୍ଣି ଜାରି କରାଯାଇଛି । ସେହିପରି ଅଗଷ୍ଟ ୭,୮,୯ତାରିଖରେ ସୁନ୍ଦରଗଡ଼, ମୟୁରଭଞ୍ଜ, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡା, ବରଗଡ, କନ୍ଧମାଳ,ଓ ଢେଙ୍କାନାଳ ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ମତ୍ସଜୀବୀ ମାନେ ସମୁଦ୍ର ନ ଯିବାକୁ ସର୍ତକ କରାଯାଇଛି । ବିଶେଷ କରି ଉପକୂଳ ଓ ପଶ୍ଚିମ ଓଡିଶା ଜିଲ୍ଳାରେ ଥିବା ତଳିଆ ଅଞ୍ଚଳଗୁଡିକରେ ପାଣି ଜମିବା ଯୋଗୁଁ ଲୋକେ ଯେପରି ଜଳ ବନ୍ଦୀ ନ ହୁଅନ୍ତି ସେଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0