ନୂଆଦିଲ୍ଲୀ: ଭାରତୀୟ ବଜାରରେ ମୋଟୋ-ଜି ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ ଲଞ୍ଚ କରିଛି । ୟୁରୋପରେ ମୋଟୋରୋଲା ମୋଟୋ ଜି ୫ଏ ଲଞ୍ଚ କରାଯାଇଛି ଯେଉଁଠାରେ ଏହାର ମୂଲ୍ୟ ପ୍ରାୟ ୨୬ହଜାର ୩୦୦ ଟଙ୍କା କିନ୍ତୁ ଭାରତୀୟ ବଜାରରେ ଏହାର ମୂଲ୍ୟ ଶସ୍ତା ରହିଛି। ଅନଲାଇନ୍ ପ୍ଲାଟଫର୍ମ ଫ୍ଲିପକାର୍ଟରୁ ଏହି ଫୋନକୁ କିଣିପାରିବେ । ଭାରତୀୟ ବଜାରରେ ମୋଟୋରୋଲାର ଶସ୍ତା ୫ଏ ସ୍ମାର୍ଟଫୋନର ମୂଲ୍ୟ ୨୦,୯୯୯ ଟଙ୍କା ରଖାଯାଇଛି ଏବଂ ଯଦି ଆପଣ ଐଊୠଉ ବ୍ୟାଙ୍କ କାର୍ଡରେ ପେମେଣ୍ଟ କରନ୍ତି, ତେବେ ଆପଣଙ୍କୁ ୧ହଜାର ଟଙ୍କାର ରିଆତି ମିଳିବ। ମୋଟୋ ଜି ୫ଏ ଡିସେମ୍ବର ୭ ମଧ୍ୟାହ୍ନ ୧୨ ଟାରୁ ଫ୍ଲିପକାର୍ଟରେ ଉପଲବ୍ଧ ହେବ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0