ଭୁବନେଶ୍ୱର: ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ ହଜାର ଟଙ୍କା ଜରିମାନା କରିଛନ୍ତି ଆରଟିଓ ଭୁବନେଶ୍ୱର-୨ । ବସ ନମ୍ବର ଓଡି -୧୦ ଏଫ୍ ୦୪୦୯ କୋରାପୁଟରୁ ଭୁବନେଶ୍ୱରକୁ ଯିବା ଆସିବା କରୁଥିଲା । ୨୦୧୯ ମେ ରୁ ଏଯାଏଁ ଏମଭି ଟ୍ୟାକ୍ସ ଦେଇ ନଥିବାରୁ ଜରିମାନା ଲାଗୁ ହୋଇଥିବା ସୂଚନା ମିଳିଛି । ଟ୍ୟାକ୍ସ ସହ ମୋଟ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଜରିମାନା କରିଛନ୍ତି ଆରଟିଓ । ବସଟିର ବୈଧ ଷ୍ଟେଜ କ୍ୟାରେଜ୍ ପରମିଟ୍ ନଥିବା ସୂଚନା ରହିଛି ।
A bus no. OD10F0409 plying from Koraput to Bhubaneswar was detained by enforcement wing of RTO BBSR II for having no MV Tax from from May 2019 onwards till date amounting to Rs 5,66,981/- with penalty & also plying without valid stage carriage permit. pic.twitter.com/dneqlDYM1f
— RTO BHUBANESWAR-II (@rto_bbsr2) October 14, 2020
ତେବେ ବସ୍ ଟି ପାଖାପାଖି ଦେଢ ବର୍ଷ ଧରି ଟ୍ୟାକ୍ସ ଦେଇନଥିବାରୁ ଆରଟିଓ ପକ୍ଷରୁ କୁହାଯାଇଛି । ଏହା ସହ ବସଟିର ବୈଧ ଷ୍ଟେଜ୍ କ୍ୟାରେଜ୍ ପରମିଟ୍ ମଧ୍ୟ ନଥିବା ସୂଚନା ମିଳିଛି । ତେଣୁ ବସକୁ ଟ୍ୟାକ୍ସ ସହ ମୋଟ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଜରିମାନା ଲଗାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0