spot_img

ଜାମ୍ମୁ କାଶ୍ମୀରର ପ୍ରତ୍ୟେକ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା

ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାସିନ୍ଦାମାନଙ୍କ ପାଇଁ ବଡ଼ ଖୁସି ଖବର । ସରକାର ଜାମ୍ମୁ କାଶ୍ମୀରରେ ବସବାସ କରୁଥିବା ସମସ୍ତ ବାସିନ୍ଦାମାନଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ସରକାର ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କାର ‘ୟୁନିଭରସାଲ ହେଲଥ ଇନସୁରାନ୍ସ’ ଦେବା ପାଇଁ ଘୋଷଣା କରିଛନ୍ତି । ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର ଦିନ ଏହି ଘୋଷଣା କରିଛନ୍ତି । ଏହା ସହିତ କହିଛନ୍ତି, ‘ଜାମ୍ମୁ କାଶ୍ମୀର ସ୍ୱାସ୍ଥ୍ୟ ଯୋଜନା ଦ୍ୱାରା କେନ୍ଦ୍ର ଶାସିତ ପ୍ରଦେଶର ସମସ୍ତ ପରିବାରକୁ ‘ୟୁନିଭରସାଲ ହେଲଥ ଇନ୍ସୁରାନ୍ସ’ ମିଳିବ । ଏହା ସହିତ ଏହାକୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସହିତ ମଧ୍ୟ ଲାଗୁ କରାଯିବ । ଅଧିକାରୀ ମାନେ ଏହି ସ୍ୱାସ୍ଥ୍ୟ ଯୋଜନା ବିଷୟରେ କହିଛନ୍ତି ଯେ, ଏହି ଜାମ୍ମୁ କାଶ୍ମୀରରେ ସରକାରୀ ସେବା ଯୋଗାଉଥିବା କର୍ମଚାରୀ, ସେବା ନିବୃତ କର୍ମଚାରୀ ଓ ତାଙ୍କ ପରିବାର ମଧ୍ୟ ସାମିଲ ହେବେ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ବାର୍ଷିକ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମାର ଲାଭ ମିଳିପାରିବ । ସୂଚନା ମୁତାବକ, ଏହି ଯୋଜନାରେ ପ୍ରାୟ ୧୫ ଲକ୍ଷ ପରିବାର ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular