ଝାଡଖଣ୍ଡ: ଶନିବାର ଦିନ ଝାଡଖଣ୍ଡର ଗୁମଲା ଜିଲ୍ଲାରେ ପାଞ୍ଚଜଣ ମାଓବାଦୀଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି । ସମସ୍ତ ମାଓବାଦୀ ତ୍ରିଟିଆ ପ୍ରସ୍ତୁତି କମିଟି ନାମକ ଗୋଷ୍ଠୀର ଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ନିକଟରୁ ରାଇଫଲ ଏବଂ ପିସ୍ତଲ ସମେତ ଜୀବନ୍ତ ଗୁଳି ଜବତ କରାଯାଇଛି । ଏନେଇ ପୁଲିସର ବରିଷ୍ଠ ଅଧିକାରୀ ଏଚପି ଜନାର୍ଦ୍ଦନ କହିଛନ୍ତି । ଗିରଫ ହୋଇଥିବା ମାଓବାଦୀମାନେ ବ୍ୟବସାୟୀଙ୍କଠାରୁ ଟଙ୍କା କାରବାରରେ ସମ୍ପୃକ୍ତି ଥିବା ଶ୍ରୀ ଜନାର୍ଦ୍ଦନ ସୂଚନା ପାଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0