ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନ ହେବ। ଏହା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାୟକ ଓ ମନ୍ତ୍ରୀମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏବେ ପୁଣି ୫ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହି ବିଧାୟକମାନେ ହେଲେ ବିକ୍ରମ ପଣ୍ଡା, ଅଙ୍ଗଦ କହଁର, ସରୋଜ ମେହେର, ଜୟନ୍ତ ଷଡଙ୍ଗୀ ଓ ଭୁଦାନ ମୁର୍ମୁ । ଗତକାଲି ୨୫ ବିଧାୟକଙ୍କ କୋଭିଡ ନମୁନା ପରୀକ୍ଷା ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୨, ଦ୍ୱିତୀୟ ପର୍ଯ୍ୟାୟରେ ୧୨ ବିଧାୟକ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ୫୧ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0