କରଞ୍ଜିଆ : ଘୂର୍ଣ୍ଣିଝଡ଼ ଯୋଗୁ ଜଙ୍ଗଲ ନିଆଁ ବ୍ୟାପି ୫ ଗୁରୁତର ହୋଇଛନ୍ତି। ଆଜି ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଜୁଆଳିକଟା ଛକ ନିକଟରେ ଘଟିଛି। ଆହତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ନିଆଁ ବ୍ୟାପିବାରେ ଲାଗିଛି। ଠାକୁରମୁଣ୍ଡା ରିଜର୍ଭ ଭଙ୍ଗଲ ଜଳୁଛି। ପବନ ଦେଉଥିବାରୁ ଧୀରେ ଧୀରେ ନିଆଁର ପ୍ରକୋପ ବଢ଼ୁଛି। ତେବେ ଆଜି ମଧ୍ୟାହ୍ନରେ ହଠାତ ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିଲା। ଘୂର୍ଣ୍ଣିଝଡ ଯୋଗୁ ନିଆଁ ରାସ୍ତା ଉପରକୁ ପଳାଇ ଆସିଥିଲା। ଯାହାଫଳରେ ସମ୍ପୂର୍ଣ୍ଣ ପରିବେଶ ଧୁଆଁଳିଆ ହୋଇଯାଇଥିଲା। ସେହି ସମୟରେ ଜୁଆଳିକଟା ଛକ ଦେଇ ଯାଉଥିବା ଅଟୋ ଓ କାର୍ ମଧ୍ୟରେ ଧକ୍କା ହୋଇଥିଲା। ଅଟୋରେ ବସିଥିବା ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏପରିକି ସେମାନଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରିଛନ୍ତି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0