କଟକ: କଟକରେ କୋଟି କୋଟି ଟଙ୍କାର ଜିଏସ୍ଟି ଠକେଇର ପର୍ଦ୍ଦାଫାଶ। ମିଳିଥିବା ସୂଚନା ମୁତାବକ, ୫୧୦ କୋଟି ଟଙ୍କାର ଜିଏସ୍ଟି ଠକେଇ କାରବାର ଚାଲିଥିଲା। ୨୨ଟି ଜାଲ ସଂସ୍ଥା ନାଁରେ ଚାଲିଥିଲା ଠକେଇ। ଏହି ଠକେଇ କାରବାରର ମାଷ୍ଟରମାଇଣ୍ଡ୍ ସନ୍ଦୀପ ମହାନ୍ତିକୁ ବାଲିଅନ୍ତା ଅଞ୍ଚଳରୁ ଗିରଫ କରାଯାଇଛି। ଏ ସଂପର୍କରେ ଜିଏସ୍ଟି କମିଶନର ଏସ୍.କେ ଲୋହାନୀ ସୂଚନା ଦେଇଛନ୍ତି।
ନିକଟରେ ଭୁବନେଶ୍ବରସ୍ଥିତ ରାମ ମନ୍ଦିର ସାମ୍ନାରେ ଥିବା ଏକ ପଞ୍ଚ ତାରକା ହୋଟେଲରେ ଜିଏସ୍ଟି ଠକେଇ କାରବାର ଚାଲିଥିଲା। ଏହି ଠକେଇର ପର୍ଦ୍ଦାଫାଶ କରିଥିଲେ ଜିଏସ୍ଟି ଅଧିକାରୀ। ଏହି ଠକେଇ କାରବାରରେ ୩ ଜଣ ଜିଏସ୍ଟି ଅଧିକାରୀ ସମେତ ଜଣେ ବ୍ୟବସାୟୀ ସଂପୃକ୍ତ ଥିବା ଜିଏସ୍ଟି ଅଧିକାରୀ ସୂଚନା ଦେଇଥିଲେ। ଏହସହ ୧୦ ଲକ୍ଷ ଟଙ୍କା ଜବତ ମଧ୍ୟ କରାଯାଇଥିଲା।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0