ପଦ୍ମପୁର : ବରଗଡ଼ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଗସ୍ତ ସମୟରେ ପାଇକମାଲର ନୃସିଂହନାଥ ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ସକାଳ ୧୦ଟା ସମୟରେ ୫-ଟି ସଚିବ ସତିଭଟା ଏୟାରଷ୍ଟ୍ରିପରେ ପହଞ୍ଚିବେ ପରେ ସଟିଭଟାରୁ ପଦ୍ମପୁର ପାଇକମାଲ ରାସ୍ତା ଦେଇ ନୃସିଂହନାଥ ମନ୍ଦିର ଗସ୍ତ କରିଥିଲେ । ତେବେ ଏହି ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବଙ୍କ ସହ ୫-ଟି ସଚିବ, ଜଳ ସମ୍ପଦ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବରଗଡରୁ ପଦ୍ମପୁର ଯାଇ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ଏହାପରେ ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଲକ କାର୍ଯ୍ୟକ୍ରମ ରହିଥିବାର ସୂଚନା ରହିଛି । ବଲାଙ୍ଗୀରରେ ହରିଶଙ୍କର ମନ୍ଦିର ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ୫-ଟି ସଚିବ ଏହାପୂର୍ବରୁ ପଶ୍ଚିମ ଓଡିଶାର ବିଭିନ୍ନ ମନ୍ଦିର ଗୁଡିକର ଉନ୍ନୟନ ଯୋଗେ ଗସ୍ତ କରିସାରିଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0