spot_img

କଟକ ଜିଲ୍ଲା ଗସ୍ତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ

କଟକ: ଆଜି ଭୋର ସମୟରେ 5T ସଚିବ ଭିକେ ପାଣ୍ଡିଆନ କଟକ ଛତ୍ରବଜାର ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ତଦାରଖ କରିଛନ୍ତି। ତାଳଦଣ୍ଡା କେନାଲ ସମ୍ପ୍ରସାରଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଗତ ଜାନୁଆରୀ ୨୩ରେ ମୁଖ୍ୟମନ୍ତ୍ରୀ ଏସସିବି ମେଡିକାଲକୁ ଏମସ ଭଳି ବିଶ୍ୱସ୍ତରୀୟ କରିବାକୁ ଘୋଷଣା କରିଥିଲେ । ଏଥିପାଇଁ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱର ବିକାଶ ଆବଶ୍ୟକ । ଲୋକଙ୍କୁ ସବୁ ପ୍ରକାର ସୁବିଧା କିଭଳି ଶୀଘ୍ର ମିଳିପାରିବ ସେନେଇ ତତ୍ପରତା ଦେଖାଯାଇଛି । ତାଳଦଣ୍ଡା କେନାଲ ରୋଡକୁ ୩ ଲେନ୍ ବିଶିଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ରୋଡ କଟକ ରିଙ୍ଗ୍ ରୋଡ଼କୁ ସଂଯୋଗ କରିବ। ଏହାଦ୍ବାରା ଏସସିବି ମେଡିକାଲ୍କୁ ରୋଗୀଙ୍କ ଯାତାୟତ ସୁବିଧା ଓ ସରଳ ହେବ। 5T ସଚିବ ଭିକେ ପାଣ୍ଡିଆନଙ୍କ ସହ ଜିଲ୍ଲାପାଳ, ଆରଡିସି, ପୂର୍ତ୍ତ ଓ ଶକ୍ତି ବିଭାଗର ସଚିବ ଏବଂ ସ୍ବାସ୍ଥ୍ୟ ବିଭାଗର ପ୍ରତିନିଧି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular