spot_img

୬ମୃତ ପକ୍ଷୀ ଜବତ,ଜଣେ ଗିରଫ

ଚିଲିକା : ଦିନକୁ ଦିନ ଶୀତ ଲହରୀ ବଢୁଥିବା ବେଳେ ଏହା ସୁଯୋଗ ନେଇ ପକ୍ଷୀ ଶୀକାରୀ ମାନେ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଚଳାଇଛନ୍ତି ପକ୍ଷୀ ଶୀକାର।ଯାହାକୁ ରୋକିବା ଲାଗି ବନ୍ୟପ୍ରାଣୀ ବିଭାଗ ତରଫରୁ କରାଯାଇଛି ୧୧ଟି ଅସ୍ଥାୟୀ ସୁରକ୍ଷା ଶିବିର।ହେଲେ ଚଳିତ ବର୍ଷ ପ୍ରଥମ ପକ୍ଷୀ ଶୀକାର ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଧନ ଅଭିମାନପୁର ପକ୍ଷୀ ସୁରକ୍ଷା ଶିବିର ନିକଟରୁ ୬ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ଜଣେ ଶିକାରୀକୁ ଗିରଫ କରିଛି ।ମିଳିଥାବା ସୂଚନା ଅନୁସାରେ ଆଜି ଭୋର ସମୟରେ ବନ୍ୟପ୍ରାଣୀ ବିଭାଗ ତରଫରୁ ପେଟ୍ରୋଲିଂ ଚାଲିଥିବା ବେଳେ ଶିକାରୀ ଜଣଙ୍କ କଇଁଫୁଲ ନାଡ଼ରେ କିଟନାଷକ ପ୍ରୟୋଗ କରି ମୃତ ପକ୍ଷୀ ଗୁଡିକୁ ଏକ ଜରୀ ବ୍ୟାଗରେ ବେପାର କରିବାକୁ ନେଉଥିବା ସମୟରେ ଅଭିମାନପୁର ଫରେଷ୍ଟ ଗାର୍ଡ଼ ଆଲୋକ ବେହେରା ପକ୍ଷୀ ଶିକାରୀକୁ କାବୁ କରିଥିଲେ। ମୃତ ପକ୍ଷୀ ଗୁଡିକ ମଧ୍ୟରେ ଲାର୍ଜ ଉଇଷ୍ଟଲିଙ୍ଗ ଡ଼କ ୨ଟି,କମନ କୋଟ ୨ଟି,ଗଡୱ।ଲ ୧ଟି ଓ ୧ଟି ପିଣ୍ଟେଲ ପକ୍ଷୀକୁ ଜବତ କରିବା ସହ ଚାରିଘରୀଆ ପାଟଣା ଗାଁ ର ବିଦ୍ୟାଧର ରାଉତ ନାମକ ଜଣେ ପକ୍ଷୀ ଶିକାରୀକୁ ଗିରଫ କରିଥିବା ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଚୂଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular