ଯାଜପୁର : ନାଳରେ ଭାସି ଗଲେ ୬ ବର୍ଷର ଶିଶୁ । ଖେଳୁଥିବା ବେଳେ ନାଳରେ ଭାସି ଯାଇଛନ୍ତି । ଉଦ୍ଧାର ପାଇଁ ଓଡ୍ରାଫ୍ ଟିମ୍ ଉଦ୍ୟମ ଜାରି ରଖିଛି । ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ବିହାରୀ ପଞ୍ଚାୟତ ଅପର ସାଉଁଣ୍ଡି ଗ୍ରାମର ବିଦ୍ୟାଧର ସାହୁଙ୍କ ପୁଅ ସତ୍ୟପ୍ରକାଶ ସାହୁ ଦାଣ୍ଡରେ ଖେଳୁଥିଲେ । ଖେଳୁଥିବା ସମୟରେ ଗାଁ ନିକଟ ରାହସୋଇ ନିକଟସ୍ଥ ନଡକା ନାଳରେ ବୁଡି ଯାଇଥିଲା । ଘର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ । ନପାଇବାରୁ ଓଡ୍ରାଫ୍ ଟିମକୁ ଖବର ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ଦୀର୍ଘ ଏକ ଘଣ୍ଟା ଧରି ଖୋଜା ଖୋଜି କରିବା ପରେ ବି ଶିଶୁଟିର ପତ୍ତା ମିଳିପାରିନାହିଁ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0