ଭୁବନେଶ୍ୱର: ୬୨ ତମ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ପୁଲିସ ଡିଜି ଅଭୟ ଏହି ସମ୍ମିଳନୀ ଉଦଘାଟନ କରିଥିବା ବେଳେ ବହୁ ବରିଷ୍ଠ ପୁଲିସ ଅଫିସର ଏଥିରେ ସାମିଲ ହୋଇଛନ୍ତି । ଏହି ଅବସରରେ ଓଡିଶା ପୁଲିସର ବିଭିନ୍ନ ପଦକ୍ଷେପକୁ ଡିଜିପି ପ୍ରଶଂସା କରିଛନ୍ତି । ୫-ଟି ପଦକ୍ଷେପ ପ୍ରଶଂସନୀୟ, ଏହା ପୋଲିସକୁ ଉତ୍ସାହ ଦେଇଛି।ଓଡ଼ିଶା ପୋଲିସ ଆଗରେ ଅନେକ ଚ୍ୟାଲେଞ୍ଜ୍ ରହିଛି।ମହିଳା ଓ ଶିଶୁଙ୍କ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ବୋଲି ଡିଜିପି କହିଛନ୍ତି। କରୋନା ନିୟନ୍ତ୍ରଣରେ ମଧ୍ୟ ପୁଲିସର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା।୨୦୨୦ରେ ଆଇନ ଶୃଂଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଚୋରା ନିଶା କାରବାର ରୋକିବାରେ ପୋଲିସ ସଫଳ ହୋଇଛି।୨୦ ହଜାର କେଜି ଗଞ୍ଜେଇ ଜବତ ହୋଇଛି। ୩୪ କେଜି ବ୍ରାଉନସୁଗାର ଜବତ ହୋଇଛି। ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସମ୍ମିଳନୀରେ ଓଡିଶା ପୁଲିସକୁ ଭୁରି ଭରି ପ୍ରଶଂସା କରିଥିଲେ ଡିଜିପି ଅଭୟ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0