ରାୟଗଡା: ଲଗାତାର ଭାବେ ଗତ କିଛିଦିନ ହେବ ସହରରେ ସାପଗୁଡିକ ଜନବସତି ଆଡକୁ ମୁଁହାଇଛନ୍ତି । ରାୟଗଡା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ୭ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି। ସାପ ଧରାଳି ପ୍ରଦୀପ ସେନାପତି ଏହି ଅଜଗର ସାପଟିକୁ ଉଦ୍ଧାର କରି ସହର ଉପକଣ୍ଠ ସ୍ଥିତ ଝୋଲାପୋଲ ନିକଟ ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଅଜଗର ସାପଟି ଜଗନ୍ନାଥ ମନ୍ଦିର ନିକଟସ୍ଥ ଡ୍ରେନ ଭିତର ଦେଇ ଆସି ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା। ସାପଟି ଘରେ ପଶି ଗୋଟିଏ ଆଲମିରା ତଳେ ରହିଥିଲା। କୌଣସି କାରଣରୁ ଘର ଲୋକ ଆଲମିରା ତଳକୁ ଦେଖିବା ବଳେ ସାପଟି ନଜରକୁ ଆସିଥିଲା। ଏହାପରେ ତୁରନ୍ତ ସାପ ଧରାଳି ପ୍ରଦୀପଙ୍କୁ ଖବର ଦିଆଯାଇଥିଲା। ଖବରପାଇ ପ୍ରଦୀପ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରିବା ପରେ ଜଙ୍ଗଲରେ ଛାଡିଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0