ଦକ୍ଷିଣ କଶ୍ମୀରର ଏକାଧିକ ଅଞ୍ଚଳରୁ ଆତଙ୍କବାଦୀଙ୍କ ୭ଜଣ ସହଯୋଗୀଙ୍କୁ ଗିରଫ କରିଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ ଦାବି କରିଛି। ଏକ ବିବୃତିରେ ପୁଲିସ କହିଛି, ଚେକପୋଷ୍ଟରେ ଯାଞ୍ଚ ବେଳେ ପୁଲିସ ଆତଙ୍କବାଦୀଙ୍କ ୭ଜଣ ସହଯୋଗୀଙ୍କୁ ଗିରଫ କରିଛି। ଯାଞ୍ଚ ସମୟରେ ସେମାନଙ୍କ ପାଖରୁ ଦୁଇଟି ହାତ ଗ୍ରେନେଡ, ତିନୋଟି ଏ.କେ. ଶ୍ରେଣୀୟ ମ୍ୟାଗାଜିନ, ୧୦୫ ରାଉଣ୍ଡ୍ ଅଫୁଟା ଏ.କେ. ଜବତ କରାଯାଇଛି। ୭ଜଣଯାକ ଆତଙ୍କବାଦୀ ସଙ୍ଗଠନ ‘ହିଜବୁଲ ମୁଜାହିଦୀନ’ର ସହଯୋଗୀ ବା ‘ଓଭର ଗ୍ରାଉଣ୍ଡ ଓ୍ଵାର୍କର’ ବୋଲି ଜଣାପଡ଼ିଛି। ସେମାନଙ୍କ ନାମରେ ଶୋପିଆଁ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0