spot_img

ଆସନ୍ତାକାଲିଠୁ ଦେଶରେ ଗଡ଼ିବ ୮୦ଟି ଟ୍ରେନ

ନୁଆଦିଲ୍ଲୀ: ଆସନ୍ତାକାଲିଠାରୁ ଦେଶରେ ବିଭିନ୍ନ ସ୍ଥାନରେ ଗଡ଼ିବ ୮୦ଟି ଟ୍ରେନ । ଏଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ୮୦ଟି ଟ୍ରେନ ପାଇଁ ଟିକେଟ ବୁକିଂ ଗୁରୁବାର ଠାରୁ ଆରମ୍ଭ କରିଦେଇଛନ୍ତି । ଏହି ୮୦ଟି ଟ୍ରେନ ମଧ୍ୟରେ ଶତାବ୍ଦୀ, ହମସଫର ଓ ଏହିପରି ଅନେକ ସୁପରଫାଷ୍ଟ ଟ୍ରେନ ସହିତ କେତେକ ପାସେଞ୍ଜର ଟ୍ରେନ ମଧ୍ୟ ରହିଛି । ଏହି ଟ୍ରେନ ଗୁଡ଼ିକ ପାଇଁ ତତ୍କାଳ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି । ଏହା ଷ୍ଟେସନର ପିଆରଏସ କାଉଣ୍ଟର ତଥା ଆଇଆରସିଟିସିର ୱେବସାଇଟରୁ ତତ୍କାଳ ଟିକେଟ ବୁକିଂ କରିପାରିବେ । ଯଦି ଆସନ୍ତାକାଲି ଟ୍ରେନରେ ଯାତ୍ରା କରିବାକୁ ଚାହୁଁଛନ୍ତି ତାହେଲେ ଆଜି ଆପଣଙ୍କୁ ଟିକେଟ ବୁକିଂ କରିବାକୁ ପଡ଼ିବ । ତତ୍କାଳ ଟିକେଟ ବୁକିଂ କରିବା ପାଇଁ ମଧ୍ୟ ନିର୍ଦ୍ଧିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି । ତେବେ ଯଦି ଆପଣ ଏସି ଶ୍ରେଣୀରେ ଯାତ୍ରା କରିବାକୁ ଚାହୁଁଛନ୍ତି ତାହେଲେ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ସକାଳ ୧୦ଟାରେ ଟିକେଟ ବୁକିଂ କରିବାକୁ ପଡ଼ିବ । ଯଦି ଆପଣ ନନ-ଏସି ଶ୍ରେଣୀରେ ଯାତ୍ରା କରିବାକୁ ଚାହୁଛନ୍ତି ତାହେଲେ ଆପଣଙ୍କୁ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ସକାଳ ୧୧ଟାରେ ଟିକେଟ ବୁକିଂ କରିବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular