ନୂଆଦିଲ୍ଲୀ: ସେପ୍ଟେମ୍ବର ୨୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୫୯, ୦୩, ୯୩୩ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୮, ୪୯, ୫୮୪ ଜଣ ସୁସ୍ଥ ହୋଇଛନ୍ତି । ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୯୩, ୩୭୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଆଜି ଚିହ୍ନଟ ହୋଇଥିବା ୮୫, ୩୬୨ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୦, ୯୬୯ରହିଛି । ଦିନକରେ କରୋନାରେ ୧୦୮୯ ଜଣ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ତଥ୍ୟ ରେକର୍ଡ ଅନୁସାରେ , ନୂତନ ସଂକ୍ରମଣ ଅପେକ୍ଷା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ସର୍ବାଧିକ ବୋଲି ଜଣାପଡ଼ିଛି । ସେପ୍ଟେମ୍ବର ୧୯ରୁ ଭାରତରେ କୋଭିଡ଼୍ ଜନିତ ଦୈନିକ ମୃତ୍ୟୁସଂଖ୍ୟା ମଧ୍ୟ ୧୨୦୦ରୁ କମ୍ ରହୁଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0