କଟକ: ସ୍ଥାନୀୟ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନ୍ରୁ ୫୭ ଜଣ ସମେତ ଆଜି କଟକ ସହରର ବିଭିନ୍ନ ଅଂଚଳରେୁ ମୋଟ ୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି କଣ୍ଟେନମେଣ୍ଟ ଜୋନରୁ ୭୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛନ୍ତି ୮ ଜଣ।
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ମାଲଗୋଦାମର ବେହେରା ସାହିରୁ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୭ ଜଣ ମହିଳା ଅଛନ୍ତି। ବାକି ସବୁ ପୁରୁଷ। ମହିଳା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭ ବର୍ଷର ବାଳିକା ମଧ୍ୟ ଅଛି। ସିଡିଏ ସେକ୍ଟର-୧୧ରୁ ଜଣେ ୨୮ ବର୍ଷୀୟା ମହିଳା, ପୁରୁଣା ରାଉସପାଟଣାରୁ ୩ ଜଣ ମହିଳାଙ୍କ ସମେତ ୫ ଜଣ, ସନ୍ତୋଷ ନଗରରୁ ଜଣେ ୨୬ ବର୍ଷୀୟା ମହିଳା, ପେଟିନ ସାହିରୁ ଜଣେ ୨୩ ବର୍ଷିଅ ପୁରୁଷ ଓ ମାଛ ବଜାରରୁ ୪ ଜଣ ମହିଳାଙ୍କ ସମେତ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୂର୍ବରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି।
କାଳି ଗଲି, ନୟାସଡ଼କ, ସାନ୍ତାସାହି, ଚାଉଳିଆଗଂଜ, ମହାନଦୀ ବିହାର, ତେଲେଙ୍ଗା ବଜାର, ଦେଓ୍ଵାନ ବଜାର ଓ ବାଦାମବାଡ଼ିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ବାହାରକୁ ନଯାଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0