ଆଳି: ଆଳି ଅଂଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୫ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୮୭ ବର୍ଷର ବୃଦ୍ଧ ଗିରଫ । କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଭୂଇଁପୁର,ବନ୍ଧସାହି ଗ୍ରାମରେ ଘଟିଛି ଏହି ଘଟଣା । ଜନୈକା ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଆଜି ସକାଳୁ ସେହି ଗ୍ରାମର ଜନୈକ ୮୭ ବର୍ଷର ବୃଦ୍ଧ ଗିରଫ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।ଭୂଇଁପୁର, ବନ୍ଧସାହି ଗ୍ରାମର ଜନୈକା ମହିଳା ସିପାନୀ ନାଥ(ଛଦ୍ମନାମ)ଶନିବାର ଆଳି ଥାନାରେ କରିଥିବା ଅଭିଯୋଗପତ୍ରରେ ଦର୍ଶାଇଥିଲେ ଯେ, ସେହି ଗ୍ରାମର ଜନୈକ ୮୭ ବର୍ଷ ବୟସ୍କ ଦୋକାନୀ ସୁନାକର ପାତ୍ର ଗତ ୨୩ ତାରିଖ ଦିନ ତାଙ୍କର ୫ ବର୍ଷର ସାନ ଝିଅ ଟପି (ଛଦ୍ମନାମ)କୁ ଟେକିନେଇ ତାଙ୍କର ଦୋକାନ କ୍ୟାବିନ ଭିତରେ ଦୀର୍ଘ ସମୟ କବାଟ ବନ୍ଦକରି ରଖିଥିଲେ। ସୂଚନା ପାଇବା ପରେ ତାଙ୍କର ଝିଅ କ୍ୟାବିନ ସମ୍ମୁଖରେ ନିସ୍ତେଜ ହୋଇ ପଡ଼ି ରହିଥିଲା। ଝିଅକୁ ନେଇ ଘରେ ଦେଖିବା ପରେ ତାର ଶରୀରରରେ ଗୁରୁତର ଆଘାତ ଲାଗିଥିଲା। ତେବେ ଏସମ୍ପର୍କରେ ସୁନାକରଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ଅଭିଯୋଗ କଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ସୁନାକରଙ୍କ ପରିବାର ଲୋକେ ସଂଘବଦ୍ଧ ଭାବେ ନାନା ଧମକଚମକ ଦେଇ ତାଙ୍କୁ ଥାନାକୁ ନ ଛାଡ଼ି ନଜରବନ୍ଦୀରେ ରଖିଥିଲେ। ଏହାପରେ ଶନିବାର ସିପାନୀ ଗାଁରୁ ଲୁଚି ଆସି ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇଥିବା ନେଇ ଆଳି ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ଆଳି ପୁଲିସ ଅଭିଯୁକ୍ତ ସୁନାକର ପାତ୍ରଙ୍କୁ ଗିରଫ କରିଥିବା ତଦନ୍ତ ଅଧିକାରୀ ପ୍ରଦୋଷ ପଟ୍ଟନାୟକ ସୂଚନା ଦେଇଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0