ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରତିଦିନ ନୂଆ ସଂକ୍ରମଣ କମୁଛି । ତେବେ ଆଜି ରାଜ୍ୟରେ ୯୦୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୫୨୩ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୩୭୯ ଜଣ ସ୍ଥାନୀୟ ବାସିନ୍ଦା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୭ହଜାର ୯୦୬ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ୫୦ଜଣ, ବାଲେଶ୍ୱରରୁ ୩୯ଜଣ,ବରଗଡ଼ରୁ ୩୭, ଭଦ୍ରକ ଜିଲ୍ଲାରୁ ୮,ବଲାଙ୍ଗୀର ୩୭, ବୌଦ୍ଧ ୨୬, କଟକ ଜିଲ୍ଲାରୁ ୭୦ଜଣ, ଦେଓଗଡ଼ରୁ ୨ ଜଣ, ଢେଙ୍କାନାଳରୁ ୧୭ଜଣ,ଗଜପତିରୁ ୪, ଗଞ୍ଜାମରୁ ୮ଜଣ, ଜଗତସିଂହପୁରରୁ ୪୨ଜଣ, ଯାଜପୁରରୁ ୨୫ଜଣ, ଝାରସୁଗୁଡ଼ାରୁ ୨୩ଜଣ, କଳାହାଣ୍ଡିରୁ ୧୬ଜଣ, କନ୍ଧମାଳରୁ ୬ଜଣ, କେନ୍ଦ୍ରାପଡ଼ାରୁ ୩୬ଜଣ, କେନ୍ଦୁଝରରୁ ୫୧ଜଣ, ଖୋର୍ଦ୍ଧାରୁ ୬୮ଜଣ, କୋରାପୁଟରୁ ୧୦ଜଣ, ମାଲକାନଗିରିରୁ ୫ଜଣ, ମୟୁରଭଞ୍ଜରୁ ୮୮ଜଣ, ନବରଙ୍ଗପୁରରୁ ୧୫ଜଣ, ନୟାଗଡ଼ରୁ ୧୯ଜଣ, ନୂଆପଡ଼ାରୁ ୨୬ଜଣ, ପୁରୀରୁ ୨୦ଜଣ, ରାୟଗଡ଼ା ୬, ସମ୍ବଲପୁରରୁ ୪୩ଜଣ, ସୋନପୁରରୁ ୭ଜଣ, ସୁନ୍ଦରଗଡ଼ରୁ ୮୫ଜଣ ରହିଛନ୍ତି ।
ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ୦୯୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨ ଲକ୍ଷ ୯୫ହଜାର ୨୪୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୫୨ଲକ୍ଷ ୧୯ହଜାର ୦୧୪ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0