spot_img

ଜାଲରେ ପଡିଥିବା ଜୀଅନ୍ତା କୁମ୍ଭୀରକୁ ମାରି ଖାଇଦେଲେ ଗାଁ ଲୋକେ

ମାଲକାନଗିରି ୨।୭: ମାଲକାନଗିରିର ଜିଲ୍ଲା ପଡିଆ ବ୍ଲକ୍ ଅନ୍ତର୍ଗତ କାଲଦାପାଲ୍ଲି ଗାଁରେ ଅଭାବନୀୟ ଘଟଣା ଘଟିଛି । ଏକ କୁମ୍ଭୀରକୁ କାଟି ତାର ମାଂସ ଖାଇଛନ୍ତି ଗ୍ରାମବାସୀ । ଗତ ଶନିବାର ଦିନ ଚିତ୍ରକୋଣ୍ଡା ଜଳଭଣ୍ଡାରରେ କୁମ୍ଭୀର ଜଣେ ୧୦ ବର୍ଷର ନାବାଳକକୁ ଆକ୍ରମଣ କରିଥିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏକ ବିପରୀତ ଘଟଣା ଦେଖିବାକୁ ମିଳିଛି ସୀମାନ୍ତ ପଡିଆ ବ୍ଲକରେ।


ମାଲକାନଗିରି-ଛତିଶଗଡ ସୀମାନ୍ତ ସାବେରି ନଦୀକୁ କାଲଦାପାଲ୍ଲି ଗାଁ ଲୋକେ ମାଛ ଧରିବାକୁ ଯାଇଥିଲେ । ମାଛ ଧରିବା ବେଳେ ଜାଲରେ ଏକ ୧୦ ଫୁଟର କୁମ୍ଭୀର ପଡିଥିଲା । ଏହାକୁ ଆଣି ଗାଁରେ ଏକ ଗଛରେ ଝୁଲାଇ ରଖିଥିଲେ ଗ୍ରାମବାସୀ । କୁମ୍ଭୀର ସହ ଦୀର୍ଘ ସମୟ ଧରି ସେଲ୍ଫି ମଧ୍ୟ ଉଠାଇଥିଲେ ।


ସୂଚନା ମୁତାବକ ଅଞ୍ଚଳବାସୀଙ୍କ ମଧ୍ୟରେ ଏହି ବରାଟକାୟ କୁମ୍ଭୀର ଦେଖିବା ପାଇଁ ପ୍ରତିଯୋଗୀତା ସୃଷ୍ଟି ହୋଇଥିବା ବେଳେ କିଛି ଲୋକ ଏହି କୁମ୍ଭୀରଟିକୁ କାଟି ତା’ର ମାଂସ ଖାଇଛନ୍ତି। ଏସବୁ ଫଟୋ ବନ ବିଭାଗ ପାଖରେ ମଧ୍ୟ ପହଞ୍ଚିଥିଲା । ତେବେ ବନ ବିଭାଗର ଏପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ନେଇନାହିଁ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular