କଟକ: ଧିରେ ଧିରେ ବନ୍ୟା ଛାଡ଼ିବାରେ ଲାଗିଛି । ହେଲେ ବନ୍ୟା ପରେ ଏବେ ଦେଖା ଦେଇଛି ଜନ୍ତୁମାନଙ୍କର ଭୟ । ସାପ ଭୟରେ ଏବେ ବନ୍ୟା ପ୍ରଭାବିତ ଲୋକେ । କଟକ ଜିଲ୍ଲାରେ ଗତ କିଛି ଦିନ ହେବ ମହାନଦୀର ବନ୍ୟା ଜଳ ପ୍ରବାହିତ ହେବାରୁ ବାଙ୍କୀର ବହୁ ଅଞ୍ଚଳ ଏବେ ବି ଜଳ ବନ୍ଦୀ ହୋଇ ରହିଛି । ଆଜିକୁ ୪ ଦିନ ହେବ ବାଙ୍କୀରେ ବହୁ ଲୋକଙ୍କ ଘର ଏବେ ସୁଦ୍ଧା ବନ୍ୟା ଜଳ କବଳରେ ରହିଛି । ଯାହାଫଳରେ ଘର ଭିତରେ ବନ୍ୟା ଜଳ ବୃଦ୍ଧି ପାଇ ଘର ଚାରିପଟେ ୯ ରୁ ୧୦ ଫୁଟ ବନ୍ୟା ଜଳ ଜମି ରହିଥିଲା ।

ତେବେ ସେଠିକାର ବାସିନ୍ଦା ରଞ୍ଜନ କୁମାର ସାମନ୍ତରାୟଙ୍କ ଘରେ ରବିବାର ଦିନ ଏକ ବଡ଼ ନାଗ ସାପ ପଶିଥିଲା । ଏହାପରେ ସେ ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ସହ ଯୋଗାଯୋଗ କରି ଥିଲେ । ତେବେ ତାଙ୍କ ଘର ଚାରି ପଟେ ପାଣି ଅଧିକ ଥିବାରୁ ଏବଂ ଲାଇଫ ଜ୍ୟାକେଟ ଓ ଡ଼ଙ୍ଗାର ସୁବିଧା ନଥିବାରୁ ସେଠାକୁ ଯାଇ ସାପ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ତେଣୁ ପାଣି ଟିକେ କମିବା ପର୍ଯ୍ୟନ୍ତ ଉକ୍ତ ଘରଟିକୁ ବନ୍ଦ କରି ରଖିବା ସହ, ନିଜର ସବୁ ଘର ଚାରିପଟେ ଫିନାଇଲର ବ୍ୟବହାର ପାଇଁ ଲଳିତ ପରାମର୍ଶ ଦେଇଥିଲେ । ବନ୍ୟା ଜଳ କମିବା ପରେ ଗତକାଲି ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗାମାଧବ ମହାପାତ୍ର ବନ୍ୟା ଜଳ ରେ ପଶି ସେଠାରେ ପହଞ୍ଚି ସାଢ଼େ ୪ ଫୁଟର ବଡ଼ ନାଗ ସାପଟିକୁ ସେଠାରୁ ଉଦ୍ଧାର କରିଥିଲେ ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0