spot_img

ବନ୍ୟା ପରେ ଏବେ ଲୋକଙ୍କୁ ଘାରିଛି ସାପ ଭୟ

କଟକ: ଧିରେ ଧିରେ ବନ୍ୟା ଛାଡ଼ିବାରେ ଲାଗିଛି । ହେଲେ ବନ୍ୟା ପରେ ଏବେ ଦେଖା ଦେଇଛି ଜନ୍ତୁମାନଙ୍କର ଭୟ ।  ସାପ ଭୟରେ ଏବେ ବନ୍ୟା ପ୍ରଭାବିତ ଲୋକେ । କଟକ ଜିଲ୍ଲାରେ ଗତ କିଛି ଦିନ ହେବ ମହାନଦୀର ବନ୍ୟା ଜଳ ପ୍ରବାହିତ ହେବାରୁ ବାଙ୍କୀର ବହୁ ଅଞ୍ଚଳ  ଏବେ ବି ଜଳ ବନ୍ଦୀ ହୋଇ ରହିଛି ।  ଆଜିକୁ ୪ ଦିନ ହେବ ବାଙ୍କୀରେ ବହୁ ଲୋକଙ୍କ ଘର ଏବେ ସୁଦ୍ଧା ବନ୍ୟା ଜଳ କବଳରେ ରହିଛି । ଯାହାଫଳରେ ଘର ଭିତରେ ବନ୍ୟା ଜଳ ବୃଦ୍ଧି ପାଇ ଘର ଚାରିପଟେ ୯ ରୁ ୧୦ ଫୁଟ ବନ୍ୟା ଜଳ ଜମି ରହିଥିଲା ।

snack2

ତେବେ ସେଠିକାର ବାସିନ୍ଦା ରଞ୍ଜନ କୁମାର ସାମନ୍ତରାୟଙ୍କ ଘରେ ରବିବାର ଦିନ ଏକ ବଡ଼ ନାଗ ସାପ ପଶିଥିଲା । ଏହାପରେ ସେ ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ସହ ଯୋଗାଯୋଗ କରି ଥିଲେ । ତେବେ ତାଙ୍କ ଘର ଚାରି ପଟେ ପାଣି ଅଧିକ ଥିବାରୁ ଏବଂ ଲାଇଫ ଜ୍ୟାକେଟ ଓ ଡ଼ଙ୍ଗାର ସୁବିଧା ନଥିବାରୁ ସେଠାକୁ ଯାଇ ସାପ ଉଦ୍ଧାର କରିବା ସମ୍ଭବ  ହୋଇନଥିଲା । ତେଣୁ ପାଣି ଟିକେ କମିବା ପର୍ଯ୍ୟନ୍ତ ଉକ୍ତ ଘରଟିକୁ ବନ୍ଦ କରି ରଖିବା ସହ, ନିଜର ସବୁ ଘର ଚାରିପଟେ ଫିନାଇଲର ବ୍ୟବହାର ପାଇଁ  ଲଳିତ ପରାମର୍ଶ ଦେଇଥିଲେ । ବନ୍ୟା ଜଳ କମିବା ପରେ  ଗତକାଲି ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗାମାଧବ ମହାପାତ୍ର ବନ୍ୟା ଜଳ ରେ ପଶି ସେଠାରେ ପହଞ୍ଚି ସାଢ଼େ ୪ ଫୁଟର ବଡ଼ ନାଗ ସାପଟିକୁ ସେଠାରୁ ଉଦ୍ଧାର କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular