spot_img

କାମ କରିବାକୁ ଯାଇ ବିଦ୍ୟୁତ ଆଘାତରେ ଗଲା ଯୁବକଙ୍କ ଜୀବନ

ସମ୍ବଲପୁର: ବୁର୍ଲା ଥାନା ଅନ୍ତର୍ଗତ ଠିକାଦାର କଲୋନୀରେ ଘଟିଛି ଅଘଟଣ । ଜଣଙ୍କ ଘରକୁ କାମ କରିବାକୁ ଯାଇ ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଯାଇଛି । ମୃତକ ଜଣକ ପିଣ୍ଟୁ ରାୟ ବୋଲି ଜଣାପଡିଛି । ସୂଚନା ମୁତାବକ, ଠିକାଦାର କଲୋନୀର ଜଣଙ୍କ ଘରକୁ କାମ କରିବାକୁ ଯାଇଥିବାବେଳେ ପିଣ୍ଟୁଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ କାମ କରୁଥିବା ବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ପିଣ୍ଟୁ ପ୍ରାୟ ୧୫ ଫୁଟ ତଳକୁ ଖସି ଯାଇଥିଲେ । ତଳେ ପଡି ଛଟପଟ ହେଉଥିଲେ ସୁଦ୍ଧା ଘରମାଲିକ ପିଣ୍ଟୁକୁ ମେଡିକାଲ ନେଇନଥିଲେ । ଏପରିକି ପିଣ୍ଟୁର ଘରକୁ ମଧ୍ୟ ସୂଚନା ଦେଇନଥିଲେ । ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଏହାଦେଖି ପିଣ୍ଟୁର ଘରେ ସୂଚନା ଦେଇଥିଲେ । ପିଣ୍ଟୁର ସାନ ଭାଇ ପିଣ୍ଟୁକୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular