ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ ଚାଲବାଜି ଜାରି ରହିଛି । ମାତ୍ର ଭାରତୀୟ ସେନା ତାର କଡା ଜବାବ ଦେଉଛି । ଏହାରି ଭିରତେ ଚୀନର ଆଉ ଏକ ମନ୍ତ୍ରଣାର ଖବର ସାମ୍ନାକୁ ଆସୁଛି । ଚୀନ ଭିଟି-୪ ଟ୍ୟାଙ୍କର ନୂଆ ଟେକନୋଲୋଜି ପାକିସ୍ତାନକୁ ଦେଉଥିବାର ସୂଚନା ମିଳିଛି । ପ୍ରାୟ ୩୫୦ରୁ ଅଧିକ ଟ୍ୟାଙ୍କକୁ ମଜବୁତ କରିବା ପାଇଁ ଆବଶ୍ୟକୀୟ ସମସ୍ତ ଆଧୁନିକ ଉପକରଣ ଚୀନ ପାକିସ୍ତାନକୁ ଦେବ । ଏହା ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଚୀନ ପାକିସ୍ତାନକୁ ସାହାଯ୍ୟ କରିଆସୁଥିଲା । ଏବେ ପୁଣି ଥରେ ଚୀନ ଏପରି କରୁଛି । ଭିଟି-୪ ମୁଖ୍ୟ ଯୁଦ୍ଧ ଉପକରଣ ଅଟେ, ଯାହାକୁ ଏମବିଟି-୩୦୦ ବି କୁହାଯାଏ । ଚୀନର ଏହି ଟ୍ୟାଙ୍କ ଥାର୍ଡ ଜେନେରେସନ୍ ଟ୍ୟାଙ୍କ ଭାବରେ ପରିଚିତ । ଏହାର ପ୍ରୟୋଗ ପିଏଲଏ କରିଥାଏ । ସୂଚନା ମୁତାବକ, ଚୀନ କମ୍ପାନୀ ପାକିସ୍ତାନ ପାଇଁ ୧୨୦ ଅଲ-ଖାଲିଦ-୧ ଟ୍ୟାଙ୍କ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି । ଏହା ଛଡା ପାକିସ୍ତାନର ସୈନ୍ୟବଳ ବଢାଇବା ପାଇଁ ମଧ୍ୟ ଚୀନ ପ୍ରତି ବର୍ଷ ୨୫ ଟ୍ୟାଙ୍କ ଅଲ-ଖାଲିଦ-୧ ପାକିସ୍ତାନ ପ୍ରସ୍ତୁତ କରିବାକୁ ସାହାଯ୍ୟ କରୁଛି । ଚୀନର ନର୍ଥ ଇଣ୍ଡଷ୍ଟିଜ କାର୍ପିଶନ କମ୍ପାନୀ ପାକିସ୍ତାନର ଟି-୮୫ ଟ୍ୟାଙ୍କ ଉପଗ୍ରେଡେସନ୍ ମଧ୍ୟ କରୁଛି । ଏଥିପାଇଁ ପାକିସ୍ତାନ ଏବଂ ଚୀନ ମଧ୍ୟରେ ସହମତି ମଧ୍ୟ ହୋଇସାରିଛି । ସୂତ୍ର ଅନୁସାରେ ୯୦ରୁ ଅଧିକା ଟେକନିକ୍ ଭାବରେ ପାକିସ୍ତାନର ଟି-୮୫ ଟ୍ୟାଙ୍କ ର ମରାମତି କରିବ । କେବଳ ସେତିକି ନୁହେଁ ଚୀନର ଆର୍ଟିଲରୀକୁ ମଜବୁତ୍ କରିବା ପାଇଁ ଚୀନ ସାହାଯ୍ୟ କରୁଛି । ପାକିସ୍ତାନ ଚୀରର ଏସଏଚ-୧୫ ଟ୍ୟାଙ୍କ ମାଁଉଣ୍ଟେଡ ଗନ୍ କୁ କିଣିବା ପାଇଁ ମଧ୍ୟ ଯୋଜନା କରୁଛି । ମିଳିଥିବା ସୂଚନା ଅନୁସାରେ ଏହି ସବୁ ଜିନିଷ ଚୀନ ଖୁବ୍ କମ୍ ପଇସାରେ ପାକିସ୍ତାନକୁ ବିକ୍ରି କରୁଛି । ପାକିସ୍ତାନକୁ ଏ-୧୦୦ ମଲ୍ଟିପୁଲ ରକେଟ ଲଞ୍ଚରର ଗୋଟିଏ କିସ୍ତି ଦେଇସାରିଛି ଚୀନ ଏବଂ ଏକ ବଡ ଆମାଉଣ୍ଟ ୨୦୨୨ ରେ ଦେବା ପାଇଁ ଚୁକ୍ତି ସରିଛି । ଚୀନ ସାହାଯ୍ୟରେ ପାକିସ୍ତାନ ତାର ସାଇବର ୱିଙ୍ଗକୁ ମଧ୍ୟ ମଜଭୁତ୍ କରୁଛି । ଅର୍ଥାତ୍ ପାକିସ୍ତାନ ଚୀନର ସାହାଯ୍ୟରେ ଭିଓଆଇପି ମାଧ୍ୟମରେ ଗୁପ୍ତ ମନିଟରିଙ୍ଗ କରିବା ପାଇଁ ଚାହୁଁଛି । ଗତ କିଛି ମାସ ହେବ ଦେଖିବାକୁ ମିଳୁଛି କି , ଚୀନ ଲଗାତାର ପାକିସ୍ତାନକୁ ଆତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବାରେ କରିବାରେ ଲାଗିଛି । ଅନେକ ସମୟରେ ଦେଖିବାକୁ ମିଳୁଛି କି ଏହି ଅସ୍ତ୍ରଶସ୍ତ୍ର ପାକିସ୍ତାନ ଆର୍ମି ମାଧ୍ୟମରେ ଲକ୍ସର ଆତଙ୍କୀମାନଙ୍କ ଦ୍ୱାରା କାଶ୍ମୀରର ସୁରକ୍ଷା ବଳୟ ଭିତରେ ପ୍ରୟୋଗ କରାଯାଉଛି ।



Visitors Today : 5
Total Visitors : 130180
Total Views : 9891630
Visitors Online Now : 0