ସାଲେପୁର : ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ । ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥରେ ଥିବା ବଇଚୁଆଁ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଲୁଟ୍ ଅଭିଯୋଗ । ପେଟ୍ରୋଲ ପମ୍ପ ମାଲିକଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସର ଛାନ୍ଭିନ୍ ଜାରି।
ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ତିନିଜଣ ଲୁଟେରା ପଲ୍ସର ବାଇକରେ ଆସି ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ । ଏହାସହିତ ୧ଲକ୍ଷରୁ ଅଧିକ ଟଙ୍କା ଲୁଟିଥିବା ଅଭିଯୋଗ ମଧ୍ୟ ହୋଇଛି । ଲୁଟ୍ କରି ଯିବା ବେଳେ ଫାଙ୍କା ଗୁଳିଚାଳନା ମଧ୍ୟ କରିଥିବାର ଅଭିଯୋଗ ହେଉଛି । ତେବେ ସମସ୍ତ ଘଟଣାର ଚିତ୍ର ସିସିଟିଭିରେ କଏଦ ହୋଇଛି । ଘଟଣା ପରେ ପେଟ୍ରୋଲ ପମ୍ପ ମାଲିକ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଟାଙ୍ଗୀ ଥାନା ପୋଲିସ ଏକ ମାମଲା ରୁଜୁ କରି ଛାନ୍ଭିନ୍ ଜାରି ରଖିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0