ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ମଣଦା ଖେଜୁରୀ କଟାସ ଗ୍ରାମ ନିକଟରେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଛି । ରାଇରଙ୍ଗପୁର ବନଖଣ୍ଡର ଏକ ସ୍ୱତନ୍ତ୍ର ଟିମ୍ ଜଣକୁ ଗିରଫ କରିଛି । ସୂଚାନ ମୁତାବକ, ବିଶୋଇ ଥାନା ଅନ୍ତର୍ଗତ ବଡ ବାଲିଚୁଆ ଗ୍ରାମର ଲକ୍ଷ୍ମଣ ନାଏକଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଖସି ପଳାଇଛନ୍ତି । ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଅରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏସିଏଫ ବୈଦନାଥ ମାଝୀ, ଏସିଏଫ ନବୀନ ଚନ୍ଦ୍ର ନାୟକ, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପ୍ରମୁଖ ମିଶି ଚଢାଉ କରିଥିଲେ । କଲରାପତରିଆ ଛାଲର ଲମ୍ବା ୧୫୩ ସେମି, ଓ ୩୧ ସେମି ଓସାର ହୋଇଥିବା ବେଳେ ଦୁଇ ତିନି ମାସ ତଳେ ଏହି ବାଘ ଛାଲ ଶିକାର ହୋଇଥିବା ଜଣାପଡିଛି । ଶିକାରୀ ଚମଡା ନେଇ ବିକ୍ରି ପାଇଁ ଯୋଜନା କରୁଥିବା ସମୟରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଶିମିଳିପାଳ ଜୈବମଣ୍ଡଳ ସଂଲଗ୍ନ ଅଞ୍ଚଳରୁ ଏହି କଲରା ପତରିଆାଟି ଶିକାର କରାଯାଇଥିବା ଜଣାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0