ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ କଂଗ୍ରେସ ଓ ଯୋଗି ସରକାର ମଧ୍ୟରେ ଲଢେଇ ଜୋରସୋରରେ ଚାଲିଛି । ଗୁରୁବାର ପୁଣିଥରେ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ ଗିରଫ ହୋଇଛନ୍ତି । ଫୈାଜାବାଦରେ କୃଷକ ମାନଙ୍କର ଭୁମି ଅଧିଗ୍ରହଣ ମାମଲାରେ ଅଜୟ କୁମାର ଲଲ୍ଲୁ କୃଷକ ମାନଙ୍କ ସହ କଥା ହେବାକୁ ଯାଉଥିବା ସମୟରେ ଉତ୍ତର ପ୍ରଦେଶ ପୁଲିସ ତାଙ୍କୁ ଅଧାବାଟରେ ଗିରଫ କରିନେଇଥିଲା । ‘ଫୈାଜାବାଦ ବିମାନବନ୍ଦର ରାସ୍ତାର ପ୍ରଶସ୍ତିକରଣ ପାଇଁ ହେଉଥିବା ଜମି ଅଧିଗ୍ରହଣରେ କୃଷକମାନଙ୍କୁ ଅଣଦେଖା କରାଯାଉଥିଲା । ଏହି ସମସ୍ୟା ଉପରେ ସେହି କୃଷକ ଭାଇମାନଙ୍କ ସହ କଥା ହେବା ପାଇଁ ବାହାରିଥିଲି । କୃଷକ ଭାଇମାନଙ୍କ ଉପରେ ଏମିତି ଅତ୍ୟାଚାର ବରଦାସ୍ତ କରାଯିବ ନାହିଁ ’ ବୋଲି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଟ୍ୱିଟ କରି ଲେଖିଛନ୍ତି । ଏହାର କିଛି ସମୟ ପରେ ପ୍ରଦେଶ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁଙ୍କୁ ବାରାବଙ୍କି ଟୋଲଗେଟରୁ ଗିରଫ କରାଯାଇଥିବା ନେଇ ୟୁପି ପୂର୍ବ କଂଗ୍ରେସ ତରଫରୁ ଟ୍ୱିଟ କରି ସୁଚନା ଦିଆଯାଇଥିଲା ।
प्रदेश अध्यक्ष अजय लल्लू जी को आज फिर किसानों की बात सुनने जाने के लिए गिरफ्तार कर लिया गया।
योगी जी का आपातकाल किसानों, बुनकरों, युवाओं की आवाज को दबा रहा है। pic.twitter.com/Xm8yzGNQYQ
— UP Congress (@INCUttarPradesh) September 3, 2020
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ପୁଲିସ ଅନେକ ଥର ଅଜୟ କୁମାର ଲଲ୍ଲୁଙ୍କୁ ଗିରଫ ଓ ରିମାଣ୍ଡରେ ନେଇଛି । NEET-JEE ପରୀକ୍ଷାକୁ ନେଇ ଅଜୟ କୁମାର ଲଲ୍ଲୁଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ବିରୋଧ ପ୍ରଦର୍ଶନ କରିଥିଲେ, ଯେଉଁଥିପାଇଁ ସେମାନଙ୍କୁ ରିମାଣ୍ଡରେ ପୁଲିସ ନେଇଥିଲା ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0