spot_img

ଆଜି ରିଲିଜ୍ ହେବ ହୋଷ୍ଟେଜ୍-୨ର ଟ୍ରେଲର

ପ୍ରସିଦ୍ଧ ନିର୍ମାତା-ନିଦେ୍ର୍ଦଶକ ସୁଧିର ମିଶ୍ର ତାଙ୍କର ବହୁ ଚର୍ଚ୍ଚିତ ୱେବ୍ ସିରିଜ୍ ହୋଷ୍ଟେଜର ଦ୍ୱିତୀୟ ସିଜନ ଆଣୁଛନ୍ତି । ଅପରାଧ, ରାଜନୀତି ଏବଂ ଚିକିସôା ଜଗତର କାହାଣୀ ଉପରେ ଆଧାରିତ ଏହି ୱେବ ସିରିଜରେ ତାଙ୍କୁ ମିଶ୍ରତ ପ୍ରତିକ୍ରିୟା ମିଳିଥିଲା ।
ଏହା ଏକ ବିଦେଶୀ ଧାରାବାହିକର ହିନ୍ଦୀ ଡବିଂ ହୋଇଥିବାରୁ ଲୋକମାନେ ଏହାକୁ କମ ପସନ୍ଦ କରୁଥିଲେ । କିନ୍ତୁ ଏହି ୱେବ୍ ସିରିଜ ଧିରେ ଧିରେ ଦର୍ଶକଙ୍କ ମନରେ ତାର କାୟା ବିସ୍ତାର କରିଥିଲା । ବର୍ତ୍ତମାନ ଏହାର ଦ୍ୱିତୀୟ ସିରିଜ୍ ଆରମ୍ଭ ହେବାକୁ ଯାଉଛି ।

hostageଆଜି ହୋଷ୍ଟେଜ୍ର ଦ୍ୱିତୀୟ ସିଜନ୍ ଟ୍ରେଲର ରିଲିଜ୍ ହେବାକୁ ଯାଉଛି । ଏହାକୁ ଆଗକୁ ନେବାପାଇଁ ଅଭିନେତା ରୋନିତ ରୟ, ଡିନୋ ମୋରିଅ, ଶିବାଙ୍ଗୀ ଦାଣ୍ଡେକର ଦିବ୍ୟା ଦତ୍ତା, ଶ୍ୱେତା ବସୁ ଏବଂ ଅସୀମ ଗୁଲାଥୀ ଅଭିନୟ କରୁଥିବା ଜଣା ପଡ଼ିଛି ପାଇଛି ।
ଏହି ଧାରାବାହିକର ପ୍ରଥମ ସିରଜ୍ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା । ଯେଉଁଥିରେ ରୋନିତ ରୟ, ଟିସ୍କା ଚୋପ୍ରା, ପ୍ରବୀଣ ଧାବସ୍ ଏବଂ ଅନଙ୍ଗଶା ବିଶ୍ୱାସଙ୍କ ସହିତ ଅନେକ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular