ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନାଁ ବଲିଉଡ୍ର ଅନେକ କଳାକାରଙ୍କ ସହ ଯୋଡି ହୋଇଛି । କିନ୍ତୁ ସୁଶାନ୍ତ ଏବଂ ଅଙ୍କିତାଙ୍କ ନାଁ ଇଣ୍ଡଷ୍ଟ୍ରିରେ ସର୍ବଦା ଚର୍ଚ୍ଚାରେ ରହିଥାଏ । ଉଭୟଙ୍କ ସମ୍ପର୍କକୁ ଆଜି ମଧ୍ୟ ଦର୍ଶକ ମୁଲି ପାରୁ ନାହାନ୍ତି । ପାଖାପାଖି ୬ ବର୍ଷ ପରସ୍ପରଙ୍କ ସହ ରିଲେସିପ୍ରେ ରହିବା ପରେ ଦୁଇଜଣ ଅଲଗା ହୋଇଯାଇଥିଲେ । ଏହାପରେ ଅଙ୍କିତାଙ୍କ ଜୀବନରେ ଭିକ୍କୀ ଜୈନ ଏଣ୍ଟ୍ରି କରିଥିଲେ । କିନ୍ତୁ କଣ ଆପଣ ଜାଣିଛନ୍ତି କି ସୁଶାନ୍ତ ସିଂହ ଭିକ୍କୀ ଜୈନଙ୍କୁ ଅଙ୍କିତାଙ୍କ ସହ ବ୍ରେକଅପ୍ ପୂର୍ବରୁ ଜାଣିଥିଲେ । ବାସ୍ତବରେ ଏନେଇ ସୁଶାନ୍ତ ଏବଂ ଭିକ୍କୀଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି ।
ଏହି ଫଟୋରେ ସୁଶାନନ୍ତ ଏବଂ ଭିକ୍କୀଙ୍କ ବ୍ୟତୀତ ନଂଦୀଶ ସଂଧୁ, ଅର୍ଜୁନ ବିଜଲାନୀ ଏବଂ ମୃଣାଳ ଜୈନ ନଜର ଆସିଛନ୍ତି । ଏହି ଫଟୋରେ ସମସ୍ତେ ମସ୍ତି ମୁଡ୍ରେ ଥିବାର ମଧ୍ୟ ନଜର ଆସିଛନ୍ତି । ଯେଉଁଥିରୁ ସୁଶାନ୍ତ ଏବଂ ଭିକ୍କୀ ପୂର୍ବରୁ ପରସ୍ପରଙ୍କୁ ଭଲଭାବେ ଜାଣିଥିବା ସ୍ପଷ୍ଟ ଜଣା ପଡିଛି ।
ଜାଣନ୍ତୁ ଭିକ୍କୀ ଜୈନ କିଏ
ଛତିଶଗଡ଼ରେ ରହୁଥିବା ଭିକ୍କୀ ଜୈନ ମୁମ୍ବାଇରେ ରହୁଥିବା ଜଣେ ବିଖ୍ୟାର ବିଜନେସ୍ ମ୍ୟାନ । ଭିକ୍କୀ ଜୈନ “ବକ୍ସ କ୍ରିକେଟ ଲିଗ”ର ମାଲିକ ମଧ୍ୟ । ଏହିକାରଣରୁ ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକେ ତାଙ୍କୁ ଭଲଭାବେ ଜାଣିଛନ୍ତି । ଅନ୍ୟପଟେ ଶୁଣିବାକୁ ମିଳିଛି ସୁଶାନ୍ତଙ୍କ ସହ ବ୍ରେକଅପ୍ ପରେ ଅଙ୍କିତାଙ୍କ ନାଁ ଭିକ୍କୀଙ୍କ ସହ ଯୋଡି ହୋଇଥିଲା । ଏନେଇ ପାଖାପାଖି ୨ବର୍ଷ ପୂର୍ବରୁ ଅଙ୍କିତା ଭିକ୍କୀ ଜୈନଙ୍କ ସହ ନିଜ ସମ୍ପର୍କକୁ ସମସ୍ତଙ୍କ ସାମ୍ନାରେ ସ୍ୱିକାର କରିଥିଲେ । ଏନେଇ ଅଙ୍କିତା ଗତ ଜୁନ୍ ୧୧ରେ ଭିକ୍କୀଙ୍କ ସହ ନିର୍ବନ୍ଧ କରିଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0