ଓଜନ କମ କରିବା ପାଇଁ ସାଧାରଣତଃ ଲୋକମାନେ ବିଭିନ୍ନ ପ୍ରକାର ପ୍ରୟାସ କରିଥାନ୍ତି । କିନ୍ତୁ ଅନେକ ଥର ଏଥିରେ ଅସଫଳ ମଧ୍ୟ ହୋଇଥାନ୍ତି। ଏହିକାରଣରୁ ଅନେକ ଥର ଅତ୍ୟଧିକ ମୋଟାପଣ ହେବା ସହ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ବଢିଯାଇଥାଏ । ଯେପରିକି ହୃଦ ରୋଗ, ଡାଇବେଟିଜ୍, ଉଚ୍ଚରକ୍ତଚାପ ଇତ୍ୟାଦି । ଏସବୁ ମଧ୍ୟରେ ଯଦି ଆପଣ ମୋଟାପଣ କମ କରିବା ପାଇଁ ଏଳ୍ସରସାଇଜ କିମ୍ବା ଡାଏଟିଂ କରୁଛନ୍ତି ତେବେ ଦୈନିକ ରୁଟିନରେ କିଛି ପରିବର୍ତ୍ତନ କରନ୍ତୁ । ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଗ୍ରୀନ-ଟି ନିା୍ଚିନ୍ତ ପିଅନ୍ତୁ । ଏହା କେବଳ ଆପଣଙ୍କ ମୋଟାପଣ କମ କରିନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ରାତିରେ ଗ୍ରୀନ-ଟି ପିଇ ଶୋଇବା ଦ୍ୱାରା କିପରି ମୋଟାପଣ କମ ହୋଇଥାଏ ।
ଗ୍ରୀନ ଟିରେ ପ୍ରଚୁର ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ ରହିଥାଏ, ଯାହା ମେଟାବଲିଜମ ବୃଷ୍ଟ କରିଥାଏ । ମେଟାବଲିଜମ ବୃଷ୍ଟ ହେବା ଦ୍ୱାରା ସହଜରେ ଓଜନ କମ ହୋଇଥାଏ । ଏହାବ୍ୟତୀତ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଗ୍ରୀନ-ଟି ପିଉଛନ୍ତି ତେବେ ୩ଘଣ୍ଟା ଭିତରେ ଆପଣଙ୍କ ମେଟାବଲିକ ରେଟ ଫାଷ୍ଟ ହୋଇଥାଏ । ଯାହାଦ୍ୱାରା ସହଜରେ ମୋଟାପଣ କମ ହୋଇଥାଏ ।
ଗ୍ରୀନ-ଟିରେ ଥେନିନ ନାମକ ଏକ କମ୍ପାଉଣ୍ଡ ରହିଥାଏ, ଯାହା ନିଦକୁ ଉତ୍ତମ କରିବା ସହ ଶରୀରର ଶୀରା ପ୍ରସୀରାକୁ ଶାନ୍ତ କରିବାରେ କାମ କରିଥାଏ । ଯେତେବେଳେ ଶରୀରର ଶୀର-ପ୍ରସୀରା ଶାନ୍ତ ହୋଇଯାଏ ସେତେବେଳେ ଚିନ୍ତା ମଧ୍ୟ କମ ହୋଇଥାଏ ଏବଂ ଭଲ ନିଦ ମଧ୍ୟ ହୋଇଥାଏ । ଓଜନ ଏବଂ ଅତ୍ୟଧିକ ମୋଟାପଣ କମ କରିବାରେ ଚିନ୍ତା କମ କରିବା ଏବଂ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଆବଶ୍ୟକ ।
ଗ୍ରୀନ ଟିରେ ବ୍ୟାଡ କୋଲେଷ୍ଟ୍ରେଲ କମ ହେବା ସହ ହୃଦୟ ସମ୍ବନ୍ଧିତ ଅନ୍ୟ ସମସ୍ୟା କମ ହୋଇଥାଏ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0