ନୂଆଦିଲ୍ଲୀ: କରୋନା ମୃତ୍ୟୁ ସଂଖ୍ୟା କମାଇବ ଷ୍ଟେରଏଡ । ଅତିରିକ୍ତ ଅମ୍ଳଜାନ ଆବଶ୍ୟକ କରୁଥିବା ଗୁରୁତର ଅସୁସ୍ଥ ରୋଗୀମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି । ଷ୍ଟେରଏଡ ଦିଆଯିବା ଫଳରେ ଚିକିତ୍ସାର ପ୍ରଥମ ମାସରେ ମୃତ୍ୟୁର ଆଶଙ୍କା ପ୍ରାୟ ଏକ ତୃତୀୟାଂଶ ହ୍ରାସ ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପରିଚାଳିତ ଏବଂ ଆମେରିକୀୟ ମେଡିକାଲ୍ ଆସୋସିଏସନ୍ ଜର୍ଣ୍ଣାଲ ଦ୍ୱାରା ବୁଧବାର ପ୍ରକାଶିତ ୭ଟି ଅଧ୍ୟୟନରୁ ଏହା ଜଣାପଡିଛି । ଏହାର ବ୍ୟବହାର ଦ୍ୱାରା ଗୁରୁତର କରୋନା ରୋଗୀଙ୍କ ମୃତ୍ୟୁ ଆଶଙ୍କା ୨୦ ପ୍ରତିଶତ କମ ହୋଇଯାଉଥିବା ଜଣାପଡିଛି । ଅଧ୍ୟୟନ ପରେ ଡବ୍ଲ୍ୟଏଚଓ ଗୁରୁତର କୋଭିଡ୍-୧୯ ରୋଗୀଙ୍କ ପାଇଁ ଷ୍ଟେରଏଡକୁ ସୁପାରିଶ କରିଛି । ଗୁରୁତର ନଥିବା ରୋଗୀମାନଙ୍କ ପାଇଁ ଏହାକୁ ବ୍ୟବହାର ନକରିବାକୁ ପରାମର୍ଶ ମଧ୍ୟ ଦେଇଛିି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0