spot_img

ବିଏସଏଫ ଯବାନ ଯଦୁମଣି ତ୍ରୀପାଠୀଙ୍କ ଶେଷକୃତ ସମ୍ପର୍ଣ୍ଣ

କେନ୍ଦୁଝର: ବିଏସଏଫ ଯବାନ ଯଦୁମଣି ତ୍ରିପାଠୀଙ୍କର ଶେଷକୃତ୍ୟ ଜଗନ୍ନାଥପୁରରେ ସମ୍ପର୍ଣ୍ଣ ହୋଇଛି । ଏହି ଯବାନ ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ମୂଳ ବାସିନ୍ଦା । ଏହି ଯବାନ ଜଣଙ୍କ ବଙ୍ଗଳାଦେଶ ବର୍ଡ଼ରରେ କାର୍ୟ୍ୟରତ ଥିବା ବେଳେ ହଟାତ ଜ୍ବରରେ ପୀଡିତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଇଲା ।
ପରେ ତାଙ୍କ ମରଶରୀରକୁ ଜିଲ୍ଲା ହେଡ଼ କ୍ୱାର୍ଟରରେ ସମ୍ମାନିତ କରାଯିବା ସହ ନିଜ ଗାଁକୁ ଅଣାଯାଇ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ୧୯୮୭ ମସିହାରୁ ବିଏସଏଫରେ ଯୋଗ ଦେଇଥିବା ବେଳେ ମୃତ୍ୟୁ ପୂର୍ବରୁ ବଙ୍ଗଳାଦେଶ ସୀମାରେ କାର୍ଯ୍ୟରତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular