spot_img

ବନ୍ୟା ପାଇଁ ନଷ୍ଟ ହେଲା କୋଟିଏ ଟଙ୍କାର ପରିବା ଚାଷ

କଟକ : କଟକ ଜିଲ୍ଲାବାସୀ ପନିପରିବା ପାଇଁ ନିର୍ଭର କରନ୍ତି ବାଙ୍କୀ ଉପଖଣ୍ଡ ଉପରେ। କିନ୍ତୁ ଚଳିତ ମହାନଦୀ ବନ୍ୟା ଉଜାଡି ଦେଇଛି ବାଙ୍କୀ ପରିବା ଚାଷକୁ। ଗଲା ୧୦ ଦିନ ହେଲା ବୁଡି ରହିଛି କୋଟିଏ ଟଙ୍କାର ପନିପରିବା ଚାଷ। ପରିବା ପଚିସଢି ଦୁର୍ଗନ୍ଧରେ ଅଞ୍ଚଳ ଫାଟୁଛି। ବାଙ୍କୀର ପନିପରିବା କଟକ, ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳର ଚାହିଦା ମେଣ୍ଟାଉଥିବାବେଳେ ଏବେ ପରିବା ପାଇଁ ଏହି ଅଞ୍ଚଳରେ ସୃଷ୍ଟି ହୋଇଛି ଗୁରୁତର ସମସ୍ୟା। ଏବେ ବି ହଜାର ହଜାର ହେକ୍ଟର ଚାଷ ଜମି ପାଣି ଭିତରେ ବୁଡି ରହିଛି । କରୋନା କାଳରେ ଲକଡାଉନ, ସଟଡାଉନ ପାଇଁ ଚାଷୀଙ୍କୁ ପନିପରିବା ବିକ୍ରି କରୁଥିଲେ ମଧ୍ୟ ଉପଯୁକ୍ତ ପ୍ରାପ୍ୟ ମିଳୁନଥିଲା । ଏପରିକି ବେପାରୀ ଆସୁନଥିବାରୁ ବିଲରେ ହିଁ ପଚିସଢି ଯାଉଥିଲା ଅନେକ ପରିବା। ଏବେ ବନ୍ୟା ଯୋଗୁ ଏକର ଏକର ଭେଣ୍ଡି, କଖାରୁ, ଜହ୍ନି, ବାଇଗଣ, ପୋଟଳ, ଝୁଡଙ୍ଗ, କଲରା ତଥା ବିଭିନ୍ନ ପନିପରିବା ପାଣି ଭିତରେ ବୁଡି ଯାଇଥିବାରୁ ଏଭଳି ବିପତ୍ତିର ଚାଷୀ କିପରି ସାମ୍ନା କରିବ ସେଥିପାଇଁ ମୁଣ୍ଡରେ ହାତ ଦେଇ ବସିଛି । ସରକାରୀ ତଥ୍ୟ ଅନୁସାରେ, କଟକ ଜିଲ୍ଲାରେ ୨୬୦୦ରୁ ଅଧିକ ହେକ୍ଟର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥିମଧ୍ୟରୁ ବାଙ୍କୀ ଉପଖଣ୍ଡର ୧୩୯୮ ହେକ୍ଟର ଚାଷ ଉଜୁଡିଯିବା ସହ ପାଖାପାଖି ୧କୋଟି ଟଙ୍କାର ପନିପରିବା ନଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular