ନୂଆଦିଲ୍ଲୀ: ଲଦାଖ ଏୟାରବେସରେ ଫାଇଟର ଜେଟର ଫୌଜ । ଚୀନ ଯୋଜନାର କଡା ଜବାବ ଦେବାକୁ ଏୟାରବେସରେ ଜେଟର ଫୌଜକୁ ତୟାର ରଖିଛି ଭାରତୀୟ ବାୟୁସେନା । ଦୀର୍ଘ ଚାରିମାସ ହେବ ଭାରତ- ଚୀନ ମଧ୍ୟରେ କୁହୁଳୁ ଥିବା ନିଆଁ ଭାରତର ବ୍ଲାକ ଟପ୍ ଅଧିକାର ପରେ ଚରମ ସୀମାରେ ପହଁଞ୍ଚିଛି । ଦୁଇ ଦେଶର ସେନା ମୁହାଁମୁହିଁ ହୋଇ ରହିଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି । ଉପରେ ଶାନ୍ତିର ପ୍ରସ୍ତାବ ରଖି ଭିତରେ ଅନୁପ୍ରବେଶର ଯୋଜନା କରୁଥିବା ଚୀନକୁ ଜବାବ ଦେବା ପାଇଁ ଭାରତୀୟ ବାୟୁସେନା ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ସୁଖୋଇ-୩୦, ମିଗ-୨୯, ମିରାଜ-୨୦୦୦ ପରି ଫାଇଟର ଜେଟକୁ ଭାରତୀୟ ବାୟୁସେନା ଆଗୁଆ ନିଜର ଏୟାରବେସ୍ ରେ ତୟାର କରି ରଖିଛି ।

ଚୀନର ଲଢୁଆ ବିମାନଗୁଡିକ ବହୁତ ଉଚ୍ଚରୁ ଉଡାଣ ଭରୁଥିବା ବେଳେ ଭାରତୀୟ ବିମାନଗୁଡିକ ଯୁଦ୍ଧାଞ୍ଚଳରୁ ଗୋଟିଏ ଝଟକାରେ ଚୀନ ଉପରେ ଭାରି ପଡିବାର କ୍ଷମତା ରଖିଛନ୍ତି । ସୂଚନା ମୁତାବକ ଲଦାଖ ସହିତ ସିକିମ ଓ ଅରୁଣାଞ୍ଚଳ ପ୍ରଦେଶରେ ମଧ୍ୟ ବାୟୁସେନା ପ୍ରସ୍ତୁତ ରହିଥିବା କଥା ଏୟାରଚିଫ୍ ଆର.କେ.ଏସ୍ ଭଦୋରିଆ ସୂଚନା ଦେଇଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0