ଝାରସୁଗୁଡା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ । ବ୍ରଜରାଜନଗର ପୌରପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲିପ ପଟେଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ଆସନ୍ତା ୧୬ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ଦିଲ୍ଲିପ ପଟେଲଙ୍କ ଘରେ ବୁଧବାର ସକାଳେ ଭିଜିଲାନ୍ସ ଦଳ ପକ୍ଷରୁ ଚଢ଼ଉ ହୋଇଥିଲା । ଦିଲ୍ଲୀପଙ୍କ ପୈତୃକ ଘର ସହିତ ଏକ କାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରି ବିପୁଳ ସମ୍ପତି ଠାବ କରିଛି । ସେହିପରି ଦିଲ୍ଲିପ ପଟେଲଙ୍କ ପାଖରୁ ୩ କୋଟି ୩୫ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରାଯାଇଛି। ଭିଜିଲାନ୍ସ ଦଳ ଦିଲ୍ଲିପଟେଲଙ୍କ ବ୍ୟାଙ୍କ ବାଲାନ୍ସ, ଜମିବାଡି, ଘର, ବିଭିନ୍ନ ଖାତାପତ୍ର ଆଦିର ତର୍ଜମା ପରେ ୩ କୋଟି ୩୫ ଲକ୍ଷ ୮୨ ହଜାର ୬ଶହ ୪୧ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ସୂଚନା ମିଳିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0