କଲମ୍ବୋ: ଶ୍ରୀଲଙ୍କା ଉପକୂଳରେ ଥିବା ଏକ ତୈଳବାହୀ ଜାହାଜ ଏମଟି ନ୍ୟୁ ଡାଇମଣ୍ଡରେ ଲାଗିଛି ନିଆଁ । ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାବାକୁ ଉଦ୍ୟମ ଜାରି ରହିଛି । ଜାହଜରେ ଫସିରହିଥିବା ୨୨ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । କିନ୍ତୁ ବଏଲର ବିସ୍ଫୋରଣରେ ଜଣେ ଜାହଜ କର୍ମଚାରୀ (ଫିଲିପାଇନ୍ସର ନାଗରିକ) ନିହତ ହୋଇଛନ୍ତି । ପାନାମାର ଏହି ଜାହାଜଟି ଉପସାଗରୀୟ ଅଞ୍ଚଳରୁ ତେଲ ଆଣି ଭାରତ ଅଭିମୁଖେ ଯାଉଥିଲା । ଏଥିରେ ପ୍ରାୟ ୨ ଲକ୍ଷ ଟନ ତେଲ ଥିଲା । ଇଣ୍ଡିଆନ ଅଏଲ ତରଫରୁ ଏହି ତେଲ ମଗାଯାଉଥିଲା । ଦୁର୍ଘଟଣାରେ ସମୁଦ୍ରରେ ତୈଳ ନିର୍ଗତ ହେବା ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ । କିନ୍ତୁ ଶ୍ରୀଲଙ୍କା ନୌସେନା ଓ ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ସବୁ ପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି ଓ ଉକ୍ତ ଜାହାଜ ନିକଟରେ ଶ୍ରୀଲଙ୍କା ପକ୍ଷରୁ ଦୁଇଟି ଜାହଜ ଓ ହେଲିକାପ୍ଟର ମୁତୟନ କରାଯାଇଛି । ଗତକାଲି ନିଆଁ ଲିଭାଇବା ପାଇଁ କୋଷ୍ଟଗାର୍ଡର ଶୌର୍ଯ୍ୟ, ସାରଙ୍ଗ ଓ ସମୁଦ୍ର ପ୍ରହରାଦାର ଜାହାଜ ସହ ଏକ ଡୋନିଅର ବିମାନକୁ ମୁତୟନ କରାଯାଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0