spot_img

ଭାରତରେ ନିର୍ମାଣ ହେବ ଏକେ-୨୦୩ ରାଇଫଲ

ଭାରତ- ଚୀନ ସୀମା ବିବାଦ ଚାଲିଥିବା ସମୟରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରୁଷ ଗସ୍ତରେ ଅଛନ୍ତି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଜିନିଷ ଉପରେ ଚର୍ଚ୍ଚା ଚାଲିଛି । ଏହା ସହ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରୁଷର ଏକେ-୨୦୩ ରାଇଫଲ ଏବେ ଭାରତରେ ନିର୍ମିତ ହେବ । ଯାହାକୁ ନେଇ ଦୁଇ ଦେଶ ଭିତରେ କତାବାର୍ତ୍ତା ଜରି ରହିଛି । ଏହି ରାଇଫଲ ଏକ ମିନିଟରେ ପ୍ରାୟ ୬୦୦ ଗୁଳି ଫାୟାର କରିବାରେ ସମର୍ଥ । ରୁଷର ପ୍ରତିରକ୍ଷା ବିଭାଗ ଖୁବ୍ ଶୀଘ୍ର ଭାରତର ମେକ୍ ଇନ୍ ଇଣ୍ଡିଆ ପ୍ରୋଗ୍ରାମରେ ନିଜର ଯୋଗଦାନ ଦେବା ସହ ଭାରେତରେ ଖୁବ୍ ଶୀଘ୍ର ଅସ୍ତ୍ର ନିର୍ମାଣ ଆରମ୍ଭ କରାଯିବ । ଏହା ସହ ଭାରତରେ ଆସନ୍ତା ବର୍ଷ ହେବାକୁ ଥିବା ‘ଏୟାରୋ ଇଣ୍ଡିଆ ଏଗ୍‌ଜିବିସନ୍‌’ ରେ ରୁଷ୍ ଭାଗ ନେବାର ସମ୍ଭାବନା ଅଛି । ଏକେ-୨୦୩ ରାଇଫଲ , ଏକେ -୪୭ର ଅତ୍ୟାଧୁନିକ ମଡ଼େଲ । ଯଦି ଏହି ରାଇଫଲ ଭାରତୀୟ ସେନାରେ ସାମିଲ ହୁଏ, ତେବେ ଏହା ଇନସାସ୍ ରାଇଫଲର ସ୍ଥାନ ନେବ । ୧୦୦ ପ୍ରତିଶତ ସଫଳ ଏହି ରାଇଫଲକୁ କନଭର୍ଟ କରାଯାଇପାରିବ । ଏହାକୁ ଉଭୟ ଅଟୋମେଟିକ ଓ ସେମି- ଅଟୋମେଟିକ୍ ମୋଡରେ ମଧ୍ୟ ଚଳାଯାଇପାରିବ । ଏକେ-୪୭ର ବେସିକ ମଡେଲ ଏକେ-୭୪, ୫୬, ୧୦୦ ଓ ୨୦୦ ସିରିଜ ଆସିସାରିଛି ।
ଏକେ -୨୦୩ ରାଇଫଲର ଲମ୍ବ ୩.୨୫ ଫୁଟ । ଏହାର ଓଜନ ପ୍ରାୟ ୪ କିଲୋଗ୍ରାମ । ଏହା ରାତି ଅପରେଶନ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ଗୋଟିଏ ସେକେଣ୍ଡରେ ଏହି ରାଇଫଲ ପ୍ରାୟ ୧୦ ରାଉଣ୍ଡ ଗୁଳି ବା ପ୍ରାୟ ୬୦୦ ଗୁଳି ଫାୟାର କରିପାରିବ । ଦରକାର ହେଲେ ୭୦୦ ରାଉଣ୍ଡ ଗୁଳି ମଧ୍ୟ ଫାୟାର କରିପାରିବ । ଦୁନିଆର ସବୁଠାରୁ ଭୟଙ୍କର ଗନ୍ ଭେଟି ଦେଇଥିବା ଏହି ଲୋକଙ୍କ ନାମ ମିଖାଇଲ କ୍ଲେଶନିକୋଭ । ତାଙ୍କରି ନାମରେ ଏକେ- ୪୭ର ନାମ ରଖାଯାଇଛି । ଏକେର ଫୁଲ ଫର୍ମ ହେଉଛି ଅଟୋମେଟିକ କ୍ଲେଶନିକୋଭ । ଏହାକୁ ଚଲାଇବାରେ ଗ୍ଲୋଭସ୍ ଅସୁବିଧା ହୁଏନାହିଁ । ବିଶେଷ କରି ସୀମାରେ ଥଣ୍ଡା ରହୁଥିବାରୁ ହାତରେ ମୋଟା ଗ୍ଲୋଭସ୍ ପିନ୍ଧି ଗନ୍ ଚଳାଇବା କାଠିକର ପାଠ ହୋଇଥାଏ । କିନ୍ତୁ ଏହି ସିରିଜର ବନ୍ଧୁକ ଏହି କାମ ସହଜ କରିଦେଇଛି । ଏହି ରାଇଫଲର ରେଞ୍ଜ ପ୍ରାୟ ୮୦୦ ମିଟର । ଏକେ- ୨୦୩ ଆସଲ୍ଟ ରାଇଫଲ ଗୁଳିର ଗତି ଘଣ୍ଟା ପ୍ରତି ପ୍ରାୟ ୭୧୫ କିଲୋମିଟର । ଭାରତୀୟ ସ୍ଥଳସେନାକୁ ପ୍ରାୟ ୭.୭ ଲକ୍ଷ ରାଇଫଲର ଆବଶ୍ୟକତା ଅଛି । ଏଥିରୁ ଏକ ଲକ୍ଷ ରୁଷ୍ ଯୋଗାଇଦେବ ଓ ବାକି ଭାରତରେ ତିଆରି କରାଯିବ । ଏହାର ମାଗାଜିନରେ ପ୍ରାୟ ୩୦ଗୁଳି ରହିପାରିବ । ସୂଚନାଯୋଗ୍ୟ କି ଉତ୍ତର ପ୍ରଦେଶର ଆମେଥିରେ ଭାରତ-ରୁଷ୍ ମିଳିତ ପ୍ରୟାସରେ ଏହାର ନିର୍ମାଣ କରାଯିବ । ପୂର୍ବରୁ ରୁଷ୍ ସହ ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ସହ କଥା ହୋଇଥିଲେ ମଧ୍ୟ ଦର ଧାର୍ଯ୍ୟ ହୋଇନଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular